ବିଜେଡି ରାସ୍ତାରେ ତ୍ରିନାଥ, ବିଜେପି ରାସ୍ତାରେ ମୂଟ୍ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ବିଜେଡି ରାସ୍ତାରେ ତ୍ରିନାଥ, ବିଜେପି ରାସ୍ତାରେ ମୂଟ୍ଟିକା

ରାୟଗଡ଼ା(ଓଡ଼ିଶା ରିପୋର୍ଟର) ରାୟଗଡ଼ା ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଗୁଣପୁର ବିଧାନସଭା ଆସନର ଭୂମିକା ଗୁରୁତ୍ୱପୂର୍ଣ୍ଣ।  ୫ ବ୍ଲକ ସହ ଗୁଡାରୀ ବିଜ୍ଞାପିତ ପରିଷଦ ଓ ଗୁଣପୁର ମ୍ୟୁନିସିପାଲିଟିକୁ ନେଇ ଗଠିତ ହୋଇଛି ଗୁଣପୁର ନିର୍ବାଚନ ମଣ୍ଡଳୀ । ଏଠାରେ ପ୍ରଥମ ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ମଧ୍ୟ ସରିଲାଣି। ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଥିବା ଏହି ଆସନ ୧୯୯୦ ମସିହା ଯାଏଁ କଂଗ୍ରେସ୍ କବ୍ଜାରେ ରହିଥିବା ବେଳେ ୧୯୯୦ ମସିହାରେ ଜନତା ଦଳରୁ ଲଢି ରାମମୂର୍ତ୍ତୀ ଗମାଙ୍ଗ ବିଧାୟକ ନିର୍ବାଚିତ ହୋଇଥିଲେ। ତବେ ଗତ ଦୁଇ ଦଶନ୍ଧି ହେଲା ଏଠାରେ ଦେଖିବାକୁ ମିଳୁଛି, କୌଣସି ପ୍ରାର୍ଥୀ ଲଗାତାର ବିଜୟୀ ହୋଇନାହାନ୍ତି।

ଗୁଣପୁର ନିର୍ବାଚନ ମଣ୍ଡଳୀରେ ମୋଟ ୨୮୪ ଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ ଚନ୍ଦ୍ରପୁର ବ୍ଲକର ୩ଟି, ଗୁଡାରୀ ବ୍ଲକର ୭ଟି, ରାମନାଗୁଡା ବ୍ଲକର ୯ ଓ ଗୁଣପୁର ବ୍ଲକର ୫ଟି ବୁଥ୍ ସମ୍ୱେଦନଶୀଳ ଚିହ୍ନଟ କରାଯାଇଛି।

ଗୁଣପୁର ବିଧାନସଭା ଆସନର ରାଜେନୈତିକ ଇତିହାସ ଦେଖିଲେ ଜଣାପଡେ,  ୧୯୫୧ ମସିହାରେ ଗଣତନ୍ତ୍ର ପରିଷଦରୁ ଗୁଣପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ଡୁମ୍ୱା ଶବର ନିର୍ବାଚିତ ହୋଇଥିଲେ। ୧୯୫୫ରେ ଉପ ନିର୍ବାଚନରେ ଗଣତନ୍ତ୍ର ପରିଷଦରୁ ଭାଗିରଥୀ ଗମାଙ୍ଗ ନିର୍ବାଚିତ ହୋଇଥିଲେ। ପରେ ୧୯୫୭ ଓ ୧୯୬୧ ମସିହା ନିର୍ବାଚନରେ କଂଗ୍ରେସ୍ରୁ ଦୁଇ ଥର ସାଧାରଣ ବର୍ଗର ନରସିଂହ ପାତ୍ର ନିର୍ବାଚିତ ହୋଇଥିଲେ। ୧୯୬୭ ମସିହାରୁ  ୧୯୮୫ ମସିହା ଭିତରେ ଭାବେ ସ୍ୱର୍ଗତ ଭାଗିରଥୀ ଗମାଙ୍ଗ କଂଗ୍ରେସ୍ ପ୍ରାର୍ଥୀ ଭାବେ ୪ ଥର, ଜନ କଂଗ୍ରେସ୍‌ରୁ ଥରେ, କଂଗ୍ରେସ୍ ଆଇରୁ ଥରେ ଏବଂ ସ୍ୱାଧୀନ ଭାବେ ଥରେ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ।

 

୧୯୯୫ରେ ଭାଗିରଥୀ ଗମାଙ୍ଗଙ୍କୁ କଟାଯାଇ ତାଙ୍କ ବଡ ପୁଅ ଅକ୍ଷୟ ଗମାଙ୍ଗଙ୍କୁ କଂଗ୍ରେସ୍ ପ୍ରାର୍ଥୀ କରିଥିଲା। ବିପୁଳ ଭୋଟରେ ଅକ୍ଷୟ ବିଜୟ ହାସଲ କରିଥିଲେ। ହେଲେ ମାତ୍ର ୧ ମାସ ୧୫ ଦିନ ବିଧାୟକ ରହିବା ପରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା। ପୁଣି ହେଲା ଉପ ନିର୍ବାଚନ। ଭାଗିରଥୀ ଗମାଙ୍ଗ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରେ ପ୍ରଥମ ଥର ପାଇଁ ଜନତା ଦଳରୁ ପ୍ରାର୍ଥୀ ହୋଇ ରାମମୂର୍ତ୍ତୀ ଗମାଙ୍ଗ ବିଜୟ ହାସଲ କରିଥିଲେ। ୨୦୦୦ରେ ବିଜେପିରୁ ପ୍ରାର୍ଥୀ ହୋଇ ଜିତିଲେ। ସେହିପରି ୨୦୦୪ରେ ହେମାବତୀ ଗମାଙ୍ଗ କଂଗ୍ରେସ୍‌ରୁ, ୨୦୦୯ରେ ବିଜେଡିରୁ ରାମମୂର୍ତ୍ତୀ ମୁଟ୍ଟିକା ଏହି ଆସନରୁ ଜିତିଥିଲେ।  ୨୦୧୪ରେ ବିଜେଡିରୁ ତ୍ରିନାଥ ଗମାଙ୍ଗ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ତ୍ରିନାଥ ବିଜେଡିରୁ ଇସ୍ତଫ। ଦେଇଛନ୍ତି।

ବିଜେପି:ସୋମବାର ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ରାଜନୈତିକ ପରିବେଶ ବେଶ ସରଗରମ ହୋଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାକୁ ଧରି ବିଜେପି ଭୋଟରଙ୍କ ପାଖକୁ ଯାଉଛି। ଏଥିସହ ମୋଦି ହାୱା ମଧ୍ୟ ଲୋକଙ୍କୁ କିଛି ମାତ୍ରାରେ ବିଜେପି ଆଡ଼କୁ ଟାଣୁଛି। ଅନେକ ଆଶାୟୀଙ୍କୁ ହତାଶ କରି ବିଜେପିର ଶିଶିର ଗମାଙ୍ଗ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପଟେ ବିଜେପି ଟିକଟ ଆଶାୟୀ ଥିବା ରାମମୂର୍ତ୍ତି ମୁଟ୍ଟିକା ଦଳ ବିରୋଧରେ ବିଷୋଦ୍‌ଗାର କରିଛନ୍ତି।

ବିଜେଡି: ବିଜେଡି ପକ୍ଷରୁ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ରଘୁନାଥ ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ଟିକଟ ଆଶାୟୀ ତଥା ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଏହାକୁ ବିରୋଧ କରିବା ସହ ୧୦ ହଜାର ସମର୍ଥକଙ୍କ ଗହଣରେ ଯାଇ ସୋମବାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

କଂଗ୍ରେସ: ସେପଟେ କଂଗ୍ରେସ ପ୍ରାର୍ଥିତ୍ୱକୁ ନେଇ ଦଳରେ ଗୋଷ୍ଠୀ କନ୍ଦଳ ଲାଗିରହିଛି। ବିବାଦ ସତ୍ତ୍ୱେ ଯୁବ ନେତା ପୁରୁଷୋତ୍ତମ ଗମାଙ୍ଗ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜନୀତିରେ ଅଭିଜ୍ଞ ଥିଲେ ମଧ୍ୟ ଦଳରେ ଥିବା ଗୋଷ୍ଠୀ କନ୍ଦଳ ତାଙ୍କୁ ଅସୁବିଧାରେ  ପକାଇପାରେ। ଦଳରେ ଥିବା ପ୍ରାୟ ୫ରୁ ଅଧିକ ଆଶାୟୀ ପୁରୁଷୋତ୍ତମଙ୍କୁ କେତେ ସମର୍ଥନ ଦେବ ଆଗାମୀ ଦିନ କହିବ।



from Odisha Reporter https://ift.tt/2uqnqEf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages