ତ୍ୱଚା ସହ କେଶକୁ ବି ସୁରକ୍ଷିତ ରଖିଥାଏ କ୍ରାନବେରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ତ୍ୱଚା ସହ କେଶକୁ ବି ସୁରକ୍ଷିତ ରଖିଥାଏ କ୍ରାନବେରୀ

cranberry

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବାକୁ ଅନେକ ସହଜ ରାସ୍ତା ଆପଣେଇ ଥାଆନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବା କସ୍‌ମେଟିକ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ସହଜ ଦେଖା ଯାଉଥିବା ଏହି ରାସ୍ତା ତ୍ୱଚା ଓ କେଶ ପାଇଁ କ’ଣ ସୁରକ୍ଷିତ? ଆଜ୍ଞା ନୁହେଁ। କାରଣ କେମିକାଲରେ ତିଆରି ହୋଇଥିବା ଏହି କସ୍‌ମେଟିକ୍‌ ପ୍ରଡକ୍ଟ ଓ ବିଉଟି ଟ୍ରିଟ୍‌ମେଣ୍ଟ୍‌ ଆମ ତ୍ୱଚା ଓ କେଶର ପ୍ରକୃତିକରଣକୁ ଖରାପ କରିଦେଇଥାଏ। ତେଣୁ କସ୍‌ମେଟିକ୍‌ ପ୍ରଡକ୍ଟଠୁ ଯେତେ ଦୂରରେ ରହିବେ ସେତେ ଭଲ।
ଜାଣିଛନ୍ତି ତ୍ୱଚା ଓ କେଶ ପାଇଁ ଖୁବ୍‌ ଉପକାରୀ ହେଉଛି କ୍ରାନବେରୀ । ଗବେଷଣାରୁ ଏକଥା ପ୍ରମାଣିତ ହୋଇଛି। ଗବେଷଣା ମୁତାବକ ତ୍ୱଚା ଓ କେଶ ପାଇଁ କ୍ରାନବେରୀ ବରଦାନ ସ୍ୱରୂପ। କ୍ରାନବେରୀ ଖାଇବା ସହ ଯଦି ଏହାକୁ କେଶ ଓ ତ୍ୱାଚାରେ ଲଗାଯାଏ ତେବେ କେଶ ସୁନ୍ଦର ହୋଇଯିବା ସହ ତ୍ୱଚା ଗ୍ଲୋ ମଧ୍ୟ କରିଥାଏ।
ତେବେ କ୍ରାନବେରୀ ତ୍ୱଚା ଓ କେଶ ସମ୍ବନ୍ଧୀୟ କେଉଁ ରୋଗରୁ ମୁକ୍ତି ଦେଇଥାଏ ଜାଣନ୍ତୁ।

ଟ୍ୟାନ୍‌ ଦୂର ହେବ: ଯଦି ଖରାରେ ଆପଣଙ୍କ ସ୍କିନ୍‌ରେ ଟ୍ୟାନ୍‌ ପଡ଼ିଯାଏ ତେବେ ଆପଣ କ୍ରାନବେରୀ ଜୁସ୍‌ ପ୍ରସ୍ତୁତ କରି ବେସନ୍‌ରେ ମିଶାଇ ଲଗାଇ ପାରିବେ। ଏହାକୁ ଟାନିଙ୍ଗ୍‌ ହୋଇଥିବା ଜାଗାରେ ଲଗାଇ ସୁଖିବା ପରେ ଧୋଇ ଦିଅନ୍ତୁ। କ୍ରାନବେରୀରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍‌ ଓ ଏଷ୍ଟ୍ରିଞ୍ଜେଟ୍‌ ପାଇଁ ପିଗ୍‌ମେଣ୍ଟେସନ୍‌ ଦୂର ହୋଇ ତ୍ୱଚା ପ୍ରଥମରୁ ଅଧିକ ଚମକିଥାଏ।

କାଠ ବ୍ରଣ ଦୂର ହୋଇଥାଏ: କାଠ ବ୍ରଣ ଯୋଗୁ ତ୍ୱଚାରେ ଦାଗ  ହୋଇ ଯାଇଥାଏ। ସେଥିରୁ ମୁକ୍ତି ପାଇବାକୁ ଆପଣ କ୍ରାନବେରୀ ଖାଇବା ନିହାତି ଆବଶ୍ୟକ। ଯଦି ଆପଣ ଚାହିଁବେ ଘରେ ଏହାର ଜୁସ୍‌ ପ୍ରସ୍ତୁତ କରି ବ୍ରଣ ହୋଇଥିବା ଦାଗରେ ଲଗାନ୍ତୁ। ଏଥିରେ ଥିବା ଭିଟାମିନ୍‌ କାଠବ୍ରଣ ସହ ଲଢ଼ିବାକୁ ସକ୍ଷମ ହୋଇଥାଏ। ନିୟମିତ ଏହା ଲଗେଇଲେ ଦାଗ ଭଲ ହୋଇଯାଇଥାଏ।

ସ୍କାଲ୍ଫ ସୁସ୍ଥ ରହିବ: ଆଣ୍ଟି ଅକ୍ସିଡେଣ୍ଟ୍‌, ଆଣ୍ଟି ବ୍ୟାକ୍‌ଟେରିୟଲ୍‌ ଓ ଆଣ୍ଟି ଇନ୍‌ଫ୍ଲେମେଟ୍ରିରେ ଭରପୁର କ୍ରାନବେରୀ ସ୍କାଲ୍ଫ୍‌ରେ ହେଉଥିବା କୁଣ୍ଡିଆକୁ କମ୍‌ କରିଥାଏ। ତେବେ ଆପଣ ଚାହିଁଲେ ଅଣ୍ଡାର ଧଳା ଭାଗରେ କ୍ରାନବେରୀ ଜୁସ୍‌ ମିଶାଇ ସ୍କାଲ୍ଫ୍‌ରେ ଲଗାଇ ପାରିବେ। ଆଉ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦେଉଥିବେ।



from Odisha Reporter https://ift.tt/2Ta5cG2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages