ବ୍ରାଉନ୍‌ସୁଗାର ବେପାରୀଙ୍କୁ ପିଟୁଥିଲେ, ପୁଲିସ୍‌ ଆସିବାରୁ ତାଙ୍କୁ ବି ଛେଚିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବ୍ରାଉନ୍‌ସୁଗାର ବେପାରୀଙ୍କୁ ପିଟୁଥିଲେ, ପୁଲିସ୍‌ ଆସିବାରୁ ତାଙ୍କୁ ବି ଛେଚିଲେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଶା ବେପାରୀଙ୍କ ପାଇଁ ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଛି। ଆଜି ଦୁଇ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ସାଲିଆସାହି ବସ୍ତିର ଲୋକେ ଛେଚୁଥିବା ବେଳେ ପୁଲିସ ସେଠାରେ ଆସି ପହଞ୍ଚିଥିଲା। ହେଲେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ମଧ୍ୟ ଛାଡ଼ିନଥିଲେ। ସେମାନେ ପିସିଆର୍‌ ଭ୍ୟାନ୍‌ ଡ୍ରାଇଭରଙ୍କୁ ପିଟିଥିବା ଅଭିଯୋଗ ହୋଇଛି।

ସାଲିଆସାହି ଆଦିବାସୀ ବସ୍ତିରେ ବ୍ରାଉନସୁଗାର ବେପାରୀଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଅଭିଯାନ ଚଳାଇଥିଲେ। ଘରକୁ ଘର ବୁଲି ଯାଞ୍ଚ କରୁଥିଲେ। ଏହି ସମୟରେ ଦୁଇ ଜଣଙ୍କ ଘରୁ ବ୍ରାଉନ୍‌ସୁଗାର ମିଳିଥିଲା। ଏହାପରେ ଗାଁ ଲୋକେ ସେହି ଦୁଇ ବ୍ରାଉନ୍‌ସୁଗାର ବେପାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଥିଲେ।

ଖବର ପାଇ କମିଶନରେଟ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ଏଥିରେ ପିସିଆର୍‌ ଷ୍ଟାଫଙ୍କ ଭୂମିକା ଥିବା ସନ୍ଦେହ କରି ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିର ଡ୍ରାଇଭରଙ୍କୁ ଛେଚିଥିଲେ। ବସ୍ତିବାସିନ୍ଦାଙ୍କ ଆଗରେ ଡ୍ରାଇଭର ଯେତେ ନେହୁରା ହେଲେ ମଧ୍ୟ ତାଙ୍କୁ ଛାଡ଼ିନଥିଲେ ଲୋକେ। ଏପରିକି ସାଥୀରେ ଆସିଥିବା ଅନ୍ୟ ପୁଲିସ କର୍ମଚାରୀମାନେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରଙ୍କୁ ରକ୍ଷା କରିପାରିନଥିଲେ।

ଶେଷରେ ନୟାପଲ୍ଲୀ ଥାନାର ଆଇଆଇସି ସଦଳବଳେ ସେଠାରେ ପହଞ୍ଚିବା ପରେ ସ୍ଥିତି ସାମାନ୍ୟ ହେଇଥିଲା। ପରେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୁଲିସ ଦୁଇ ବ୍ରାଉନ୍‌ସୁଗାର ବ୍ୟବସାୟୀ ଓ ପିସିଆର୍‌ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ପୁଲିସ ସେମାନଙ୍କଠାରୁ ୧୦ରୁ ଅଧିକ ବ୍ରାଉନସୁଗାର ପୁଡ଼ିଆ ଜବତ କରିଥିଲା।

ଅଭିଯୋଗ ଅନୁସାରେ, ପିସିଆର୍‌ ଭ୍ୟାନର ଡ୍ରାଇଭର ବ୍ରାଉନ ସୁଗାର ପୁଡ଼ିଆକୁ ନରଖି ତଳେ ପକାଇଦେବାରୁ ଲୋକଙ୍କ ଭିତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲେ। ସେହି କାରଣରୁ ଡ୍ରାଇଭର ଜଣକ ଲୋକଙ୍କ କ୍ରୋଧର ଶିକାର ହୋଇଥିବା କୁହାଯାଉଛି।



from Odisha Reporter https://ift.tt/2UyVcm8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages