
ଚେନ୍ନାଇ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପରମବୀର ଚକ୍ର ପାଇଁ ଦାବି କରିଛି ତାମିଲନାଡୁ ସରକାର। ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ସୂଚନାଯୋଗ୍ୟ, ପରମବୀର ଚକ୍ର ହେଉଛି ସେନାର ସର୍ବୋଚ୍ଚ ସମ୍ମାନ।
ଆକାଶମାର୍ଗରେ ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନକୁ ଖସାଇବା ପରେ ପାକିସ୍ତାନ ଅଧିକୃତ କଶ୍ନୀରରେ ଖସିପଡ଼ିଥିଲେ ଅଭିନନ୍ଦନ। ଘଟଣାର ୫୬ ଘଣ୍ଟା ପରେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ସ୍ଵଦେଶ ଫେରିବା ପାଇ ଅନୁମତି ଦେଇଥିଲେ।
ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା କିମ୍ବା ଶତ୍ରୁ ଆଗରେ ସାହସିକତା ଦେଖାଇଥିବା ବାୟୁସେନା, ଆର୍ମି ଓ ନେଭିର ଯବାନ ଏବଂ ଅଫିସରଙ୍କୁ ପରମବୀର ଚକ୍ର ସମ୍ମାନ ପ୍ରଦାନ କରାଯାଇଥାଏ।
from Odisha Reporter https://ift.tt/2CaR3h4
No comments:
Post a Comment