
ୱେଲିଙ୍ଗଟନ୍: କ୍ରାଏଷ୍ଟଚର୍ଚ୍ଚ ମସଜିଦ୍ରେ ଆତଙ୍କବାଦୀ ହମ୍ଲା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ନ୍ୟୁଜିଲ୍ୟାଣ୍ଡରେ ଆସଲଟ ଓ ସେମି ଅଟୋମେଟିକ୍ ରାଇଫଲ ବିକ୍ରି କିମ୍ବା ବ୍ୟବହାର ହୋଇପାରିବ ନାହିଁ। ଜେସିଣ୍ଡା କହିଛନ୍ତି, “ଆଜିଠାରୁ ଦେଶରେ କୌଣସି ପ୍ରକାରର ସେମି ଅଟୋମେଟିକ୍ ରାଇଫଲ ବ୍ୟବହାର ହୋଇପାରିବ ନାହିଁ। ସେହପରି ଆମେ ଆସଲଟ୍ ରାଇଫଲ୍କୁ ମଧ୍ୟ ବ୍ୟାନ୍ କରୁଛୁ।
ଏଣିକି ପୁଲିସ୍ର ବିନା ଅନୁମତିରେ କେହି ବି ଏହି ରାଇଫଲ କିଣି ପାରିବେ ନାହିଁ। ମୋର ଆଶା ଲୋକମାନେ ଏଭଳି ବନ୍ଧୁକ କିଣିବାକୁ କେବେ ବି ଉଦ୍ୟମ କରିବେ ନାହିଁ କିମ୍ବା ପୁଲିସ୍ର ଅନୁମତି ମାଗିବେ ନାହିଁ। ଏଥିସହ ଅଧିକ ବେଗରେ ଗୁଳି ବାହାରୁଥିବା ବନ୍ଧୁକର ବ୍ୟବହାର କେହି କରିପାରିବେ ନାହିଁ।”
ଶୁକ୍ରବାର ଜଣେ ଆତଙ୍କବାଦୀ ଦୁଇଟି ମସଜିଦ୍ରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୫୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।
from Odisha Reporter https://ift.tt/2YezaHF
No comments:
Post a Comment