ବିଜେପିକୁ କଟାକ୍ଷ କଲେ ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ବିଜେପିକୁ କଟାକ୍ଷ କଲେ ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିକଟ ବଣ୍ଟନକୁ ନେଇ ବିଜେପି ବ୍ୟାକଫୁଟ୍‌ରେ ଥିବା ବେଳେ ଦଳକୁ କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ରାଜ୍ୟ ସଭା ସାଂସଦ ସୌମ୍ୟ ପଟ୍ଟନାୟକ। ସମ୍ପତ୍ତି ଓ  ଟିକଟ ବଣ୍ଟନ ପ୍ରସଙ୍ଗରେ ବିଜେପିକୁ ଚିଗୁଲେଇଛନ୍ତି ସୌମ୍ୟ। କହିଛନ୍ତି ‘ଆମେ ଗୁପ୍ତରେ ଟିକଟ ଘୋଷଣା କଲେ ବିଜେପି ଲଢ଼ିପାରିବନି। ଆମର ଯେଉଁମାନେ ପଳାଉଛନ୍ତି ,ସେମାନଙ୍କୁ ନେଇ ସମାନେ ଦଳ ଗଢ଼ୁଛନ୍ତି।

ଆମେ ଯଦି ପ୍ରାର୍ଥୀ ଘୋଷଣା କରିବୁନି ତେବେ  ବିଜେପି ନିର୍ବାଚନ ଲଢ଼ି ପାରିବନି। ସୌମ୍ୟ କହିଛନ୍ତି ଯେ, ଆମେ ଯଦି ଗୁପ୍ତରେ ଆମ ପ୍ରାର୍ଥୀଙ୍କୁ ଟିକଟ ଦେଉ, ବିଜେପି ଲଢ଼ିପାରିବନି। ଦଳ ଛାଡ଼ୁଥିବା ନେତା ବିଜେଡି ପାଇଁ ଅଡୁଆ ସୃଷ୍ଟି କରିବେ କି ପ୍ରଶ୍ନରେ ନବୀନ କହିଥିଲେ ଯେ,ନବୀନଙ୍କୁ ଭଲ ପାଇ ଲୋକେ ଭୋଟ ଦେଉଛନ୍ତି। ଲୋକେ ଭୋଟ ନବୀନଙ୍କୁ ଓ ଶଂଖ ଚିହ୍ନକୁ ଦେଉଛନ୍ତି ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

ସୂଚନା ଅନୁଯାୟୀ ପୂର୍ବରୁ ବିଜେଡି ଏବଂ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ଟିକେଟ ତାଲିକା ଘୋଷଣା କରିଥିବା ବେଳେ ଏଯାଏଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରି ନାହିଁ। ତେବେ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2TmcaCY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages