ବିଚାରପତି ହେବେ ମି-ଟୁ ଭିଲେନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ବିଚାରପତି ହେବେ ମି-ଟୁ ଭିଲେନ୍‌ !

alok

ମୁମ୍ବାଇ: ମି-ଟୁରେ ଫସିଥିବା ବଲିଉଡ୍‌ ଅଭିନେତା ଆଲୋକନାଥ ଏକ ନୂଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଫିଲ୍ମଟି ମି-ଟୁ କାହାଣୀ ଉପରେ ଆଧାରିତ। ତେବେ ଏହି ଚଳଚ୍ଚିତ୍ରରେ ସେ ବିଚାରକ ଭୂମିକାରେ ଆସିବେ।

ଆଲୋକନାଥଙ୍କ ସହ ଜଡ଼ିତ ଏହି ଖବର ଶୁଣିବା ପରେ ତାଙ୍କ ଉପରେ ମି-ଟୁ ଅଭିଯୋଗ ଆଣିଥିବା ଲେଖିକା ତଥା ନିର୍ଦ୍ଦେଶକ ବିନ୍‌ତା ନନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ବିନ୍‌ତା ନନ୍ଦା ଆଲୋକନାଥଙ୍କ ଉପରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଖବର ଅନୁଯାୟୀ ଫିଲ୍ମର ନା ‘ମେବି’ ରହିଛି । ତାକୁ ନିର୍ଦ୍ଦେଶନା ଦେବେ ନାସିର୍‌ ଖାନ୍‌।
ଏହି କଥା ଶୁଣିବା ପରେ ବିନ୍‌ତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ କହିଥିଲେ, ‘‘ମୋତେ ଜଣା ନଥିଲା ମୁଁ କ’ଣ କହିବି। ଯେତେବେଳେ ମୁଁ ଏହି ହାସ୍ୟାସ୍ପଦ କାଷ୍ଟିଂ ବିଷୟରେ ଶୁଣିଲି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।

ବିନ୍‌ତା ଆହୁରି କହିଥିଲେ, ‘‘ ମୁଁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି। ଆଉ କାମନା କରୁଛି ଯେ, ଇଶ୍ୱର ସଂସାରକୁ ହିଂସା ମୁକ୍ତ କରି ଦିଅନ୍ତୁ।

ଆଲୋକନାଥଙ୍କ ନାମରେ ପୂର୍ବରୁ ବିନ୍‌ତା ଅଭିଯୋଗ ଆଣିଥିଲେ। ୧୯ ବର୍ଷ ପୂର୍ବରୁ ଆଲୋକ ନାଥ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ ଆଣିଥିଲେ। ଯାହାକୁ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।



from Odisha Reporter https://ift.tt/2UnACoI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages