
ଇସଲାମାବାଦ୍: ପାକିସ୍ତାନ ଗିରଫ କରିଥିବା ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଦିନ ୨ଟାରୁ ୯.୩୦ ବିତିଗଲା। କିନ୍ତୁ ଠିକ୍ ସେହି ସମୟରେ କିଛି ଭାରତୀୟଙ୍କ ସମେତ ପାକିସ୍ତାନୀଙ୍କ ଟ୍ୱିଟ୍ରରେ ଟ୍ରେଣ୍ଡ କରୁଥିଲା #NobelPeacePrizeForImranKhan ହ୍ୟାଶ୍ ଟ୍ୟାଗ୍ ସମ୍ବଳିତ ପୋଷ୍ଟ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏଯାଏ ପୁଲ୍ୱାମା ଘଟଣାକୁ ନା ନିନ୍ଦା କରିଛନ୍ତି ନା ଯବାନଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ବିଶ୍ୱ ସ୍ତରରେ ତାଙ୍କ ଉପରେ ଚାପ ପଡ଼ିବାରୁ ହିଁ ନେଇଥିବା ନିଷ୍ପତ୍ତିର ଏକ ପ୍ରକାର ମାର୍କେଟିଂ ଆରମ୍ଭ ହୋଇସାରିଛି କହିଲେ ଚଳେ।
ଇମ୍ରାନଙ୍କ ତଥା କଥିତ “gesture of peace” ଅଧାରରେ ଏବେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ୍ ଚୌଧୁରୀ ଶନିବାର ଇମ୍ରାନ ଖାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଉ ବୋଲି ସଚିବାଳୟରେ ଏକ ସଂକଳ୍ପ ପାରିତ କରିଛନ୍ତି।
Information Minister @fawadchaudhry submits resolution in @NAofPakistan Secretariat demanding that PM @ImranKhanPTI be given #NobelPeacePrize for his contribution towards #peace in region https://t.co/VmMgKPgCtC #NobelPeacePrizeForImranKhan, @PTIofficial
— Radio Pakistan (@RadioPakistan) March 2, 2019
କୁହାଯାଉଛି ଅନ୍ତର୍ଜାତୀୟ ସ୍ତରରେ କଳୁଷିତ ହୋଇସାରିଥିବା ଚିତ୍ରକୁ ଫଟୋଶପ୍ କରିବା ଚକ୍କରରେ ଅଛି ପାକିସ୍ତାନ। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ନାଁ ନେଉନଥିବା ଏହି ଦେଶ କଦର୍ଥ କରି ସମ୍ପାଦିତ ଭିଡିଓ, ମିଛ କାନ୍ଦଣା ଏବଂ ଚୀନ୍ର ଢାଲ ତଳେ ବଞ୍ଚିଆସିଛି।

କଶ୍ମୀରରେ ରକ୍ତପାତକୁ ପ୍ରୋତ୍ସାହନ ଦେଇଆସିଥିବା ଦେଶର ୱଜିର-ଏ-ଆଜମ୍ ଇମ୍ରାନଙ୍କୁ ମହାନ, ଦୟାଳୁ ଏବଂ ଶାନ୍ତିର ଦୂତ ଦର୍ଶାଇବା ସହିତ ତାଙ୍କର ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନାରେ ସହାୟକ ହେବ କହୁଥିବା କିଛି ହାସ୍ୟସ୍ପଦ ଟ୍ୱିଟ୍ ମଧ୍ୟ ଦେଖିବାକୁ ମିଳିଛି। ଯେଉଁ ସମୟରେ ତାଙ୍କୁ ନୋବେଲ ମିଳୁ ବୋଲି ୨ ଲକ୍ଷ ସ୍ୱାକ୍ଷର ସମ୍ବଳିତ ଏକ ପିଟିସନ୍ ମଧ୍ୟ ଦାଖଲ କରାଯାଉଛି, ଠିକ୍ ସେହି ସମୟରେ ପାକିସ୍ତାନୀ ରେଞ୍ଜର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ତାନର ଦୋମୁହାଁ ନୀତିକୁ ସ୍ପଷ୍ଟ କରିଦେଇଛି।
ଅନ୍ୟପକ୍ଷରେ ରାଜନୀତିର ବାହାନା ଦେଖାଇ ଭାରତ ସରକାରଙ୍କୁ ବିରୋଧ କରିବାକୁ ଯାଇ କିଛି ଭାରତୀୟ ମଧ୍ୟ ଇମ୍ରାନଙ୍କୁ ଶାନ୍ତିର ଦୂତ ଆଖ୍ୟା ଦେବା ଏହି ପ୍ରକ୍ରିୟାକୁ ଇନ୍ଧନ ଯୋଗାଉଛି।
It is top trending across the borders.. #SayNoToWar#NobelPeacePrizeForImranKhan
pic.twitter.com/H5N67fqFSs
— چیف عسکری رینــچ
(@troll_keeper) March 1, 2019
Lets all click on the link below and sign this lovely petition to get our brave @ImranKhanPTI the #NobelPeacePrizeForImranKhan once done plz share thank u. Pakistan Zindabad
https://t.co/ShtUtTVGQF
— Subz Q (@Subz101) March 2, 2019
#NobelPeacePrizeForImranKhan
It is delusional to demand a Nobel prize for Imran khan at the moment when Thousands of Pashtuns are still gone missing under his nose.I will be on the front in signing up a petition demanding nobel prize for IK when he will resolve internal strifes.— Sohail Khan Mandokhail (@SuhailMandukhel) March 1, 2019
from Odisha Reporter https://ift.tt/2C1hcPz

(@troll_keeper) 
No comments:
Post a Comment