କଂଗ୍ରେସ, ବିଜେପିରେ ନୂଆମୁହଁକୁ ନେଇ ବଢୁଛି ଅସନ୍ତାଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

କଂଗ୍ରେସ, ବିଜେପିରେ ନୂଆମୁହଁକୁ ନେଇ ବଢୁଛି ଅସନ୍ତାଷ

 ବିଷମକଟକ (ମନୋଜ ପାତ୍ର): କୋରାପୁଟ ଲୋକସଭା ଆସନ ଅଧୀନରେ ରହିଛି ରାୟଗଡ଼ା ଜିଲ୍ଲାର ବିଷମକଟକ ନିର୍ବାଚନ ମଣ୍ଡଳୀ। ୨୦୧୯ ନିର୍ବାଚନ ପାଇଁ ଏଠାରେ ପ୍ରଥମ ପର୍ଯ୍ୟାୟରେ ହେବ ମତଦାନ। ପ୍ରାର୍ଥୀପତ୍ର ଦାଖଲ ସରିଲାଣି। ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଛି।

ରାଜନୈତିକ ସ୍ଥିତି
ବିଷମକଟକ ବିଧାନସଭା ଆସନର ଇତିହାସକୁ ଦେଖିଲେ ଜଣାପଡ଼େ, ବିଜେଡି ଏହି ଆସନରୁ ମାତ୍ର ୨ ଥର ଜିତିଛି। ୨୦୦୦ରେ ସାରଙ୍ଗଧର କାଡ୍ରାକା ଏବଂ ୨୦୧୪ରେ ଜଗନ୍ନାଥ ସାରକା ଏହି ଆସନରୁ ଜିତିଥିଲେ । ସାରଙ୍ଗଧର କାଡ୍ରାକା ୧୯୯୦ରେ ଜନତା ଦଳରୁ ମଧ୍ୟ ଥରେ ଜିତିଥିଲେ। ୧୯୫୧ରୁ ୨୦୧୪ ମଧ୍ୟରେ ସ୍ଥିତି ଦେଖିବାକୁ ଗଲେ ଏହି ଆସନ ସର୍ବାଧିକ ୭ ଥର ଯାଇଛି କଂଗ୍ରେସ ହାତକୁ। ହେଲେ ୨୦୧୪ରେ କଂଗ୍ରେସ ଏଠାରେ ଶୋଚନୀୟ ଭାବେ ହାରିଥିଲା। ବିଜେଡିର ଜଗନ୍ନାଥ ସାରକା କଂଗ୍ରେସର ଡମ୍ୱରୁଧର ଉଲାକାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

ନିର୍ବାଚନୀ ଇସ୍ୟୁ

ଶାସକ ବିଜେଡି ନବୀନ ପଟ୍ଟନାୟକଙ୍କ ବିକାଶ ନାରା ଓ ଲୋକ ହିତକର ଯୋଜନାକୁ ନେଇ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିବା ବେଳେ ବିରୋଧୀ ଦଳ ବେକାରୀ, ଚାଷୀ ସମସ୍ୟା ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଚ୍ୟାଲେଞ୍ଜ କରିବେ।

ବିଜେଡି:ଏହି ଆସନ ପାଇଁ ଶାସକ ବିଜେଡି ବର୍ତ୍ତମାନର ଯୁବ ବିଧାୟକ ଜଗନ୍ନାଥ ସାରକାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି। ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳୀୟ ଅସନ୍ତୋଷ ନ ଥିବାରୁ ନିର୍ବାଚନ ବୈତରଣୀ ପାର ହେବା ତାଙ୍କ ପାଇଁ ସହଜ ହେବ ବୋଲି କୁହାଯାଉଛି।
କଂଗ୍ରେସ: କଂଗ୍ରେସରେ ଦୀର୍ଘ ବର୍ଷ ଧରି ଟିକେଟ୍‌ ପାଇ ଆସୁଥିବା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡମ୍ୱରୁଧର ଉଲ୍ଲାକାଙ୍କୁ ଏଥର ଟିକଟ ମିଳିନାହିଁ। ତାଙ୍କ ବଦଳରେ କଂଗ୍ରେସ ପକ୍ଷରୁ ନୂଆମୁହଁ ତଥା ବିଷମକଟକ ବ୍ଲକର ପୂର୍ବତନ ଚେୟାରମ୍ୟାନ ନୀଳମାଧବ ହିକକାଙ୍କୁ ପ୍ରାର୍ଥୀ କରାଯାଇଛି। ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ଯାହାର ପ୍ରଭାବ ନିର୍ବାଚନ ଫଳାଫଳରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ବିଜେପି:
ବିଜେପି ଏଥର ବିଷମକଟକ ଆସନରେ ଜଣେ ନୂଆମୁହଁକୁ ଦେଇଛି। ରାୟଗଡା ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲାକା ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ମଇଦାନରେ ଓହ୍ଲାଇଛି। ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଥିଲା ସାରଙ୍ଗଧର କାଡ୍ରାକାଙ୍କୁ । ନିର୍ବାଚନରେ ହାରିଥିଲେ ମଧ୍ୟ ଏଥର ଟିକଟ ଆଶାୟୀ ଥିଲେ। ହେଲେ ଟିକଟ ନ ମିଳିବାରୁ ସେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି।

ବିଏସପି: ବିଷମକଟକ ବିଧାନସଭା ଆସନରେ ବିଏସପିର ଦବ୍‌ଦବା ବେଶ ରହିଛି। ୨୦୧୪ରେ ଦଳ ବାରିଣୀ ମାନିଏକାଙ୍କୁ ପ୍ରାର୍ଥୀ କରି ୧୭ ହଜାରରୁ ଅଧିକ ଭୋଟ ପାଇଥିଲା। ହେଲେ ଏଥର ଜଣେ ଟାଣୁଆ ଆଦିବାସୀ ଯୁବ ନେତା ଜିତୁ ଜାକାସିକାଙ୍କୁ ପ୍ରାର୍ଥୀ କରିଛି ଦଳ। ଆଦିବାସୀଙ୍କ ଭୋଟ ଜିତୁଙ୍କ ହାତରେ ପ୍ରାୟ ରହିବ। ତେଣୁ ବିଏସପି ଏଥର ନିର୍ବାଚନର ଅଙ୍କ ବଦଳାଇ ଦେବ। ଚର୍ଚ୍ଚା ହେଉଛି, ଏଥର ବିଏସପି ନ ଜିତିଲେ ମଧ୍ୟ ୨ୟ ସ୍ଥାନରେ ରହିବ। ଜିତୁ ମଧ୍ୟ ତିନିମାସ ହେବ ଗାଁ ଗାଁ ବୁଲି ସଂଗଠନ କରି ଆସୁଛନ୍ତି।
ଯାହା ବି ହେଉ, ଏଥର ବିଷମକଟକ ନିର୍ବାଚନ କ୍ଷେତ୍ରରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ।



from Odisha Reporter https://ift.tt/2CGtWeO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages