
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରାଷ୍ଟ୍ରପତି ଏମ୍. ଭେଙ୍କୟାନାଇଡୁ ଏପ୍ରିଲ ୧ରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଦିନିକିଆ ଗସ୍ତରେ ଆସି ଭୁବନେଶ୍ୱରରେ ୨ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୦ଟାରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାପରେ ପୂର୍ବାହ୍ନ ୧୧ଟା ୨୦ମିନିଟରେ ଭୁବନେଶ୍ୱରସ୍ଥିତ ରେଳ ଭବନ ଅଡିଟୋରିୟମରେ ଓଡ଼ିଶା ବିୱାଇଏସଟି ଯୁବ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ପିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।
from Odisha Reporter https://ift.tt/2FMxo9M
No comments:
Post a Comment