
ହାଇଦ୍ରାବାଦ: ଚଳିତ ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଏହି ଘଟଣା ଖଟିଥିଲା ରାଜସ୍ଥାନ ରୟାଲ୍ସ ଇନିଂସର ଦ୍ୱାଦଶ ଓଭରରେ।
ବିଜୟ ଶଙ୍କର ଡାହାଣହାତୀ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ବୋଲିଂ କରୁଥିଲେ। ଓଭରର ଶେଷ ବଲରେ ଶଙ୍କର ଦୌଡ଼ିବା ଆରମ୍ଭ କରିଦେଇଥିଲେ ଏବଂ ଏହା ମଧ୍ୟରେ ଜଣେ ପିଜ୍ଜା ଡେଲିଭରୀ ବୟକୁ ଷ୍ଟାଣ୍ଡରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସାମ୍ନାରେ ପିଜ୍ଜା ଡେଲିଭରୀ ବୟଙ୍କୁ ଦେଖି ସାମସନ୍ ଅଟକି ଯାଇଥିଲେ ଏବଂ ବୋଲରଙ୍କୁ ରୋକିବା ପାଇଁ କହିଥିଲେ।
ତେବେ ସଞ୍ଜୁ ଖେଳୁଆଡ ମନୋଭାବ ଦେଖାଇ ଟିକିଏ ହକି ପକାଇଥିଲେ ଏବଂ ସେହି ପିଜ୍ଜା ବୟକୁ ସେଠାରୁ ହଟିବାକୁ କହିଥିଲେ। ମ୍ୟାଚ କିଛି ସେକେଣ୍ଡ ପାଇଁ ବାଧାପ୍ରାପ୍ତ ହୋଇଥିଲା ଏବଂ ପୁଣିଥରେ ଆରମ୍ଭ ହୋଇଥିଲା।
ଦେଖନ୍ତୁ ଭିଡିଓ
When pizza delivery boy halted play https://t.co/UbCj2gWNad via @ipl
— Yogesh Gajjar (@imyogesh_07) March 30, 2019
ସୂଚନାଯୋଗ୍ୟ, ଏହି ମ୍ୟାଚରେ ସାମସନ୍ (୧୦୨)ଙ୍କ ଶତକୀୟ ଇନିଂସ ସତ୍ତେ୍ୱ ରାଜସ୍ଥାନ ୫ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଥିଲା।
from Odisha Reporter https://ift.tt/2OBY67Q
No comments:
Post a Comment