ନେତା ମାଳ ମାଳ, ସବୁ ଫପସା: ବିଜେଡିରେ ନେତାଙ୍କ ଅଭାବୀ ବିକ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ନେତା ମାଳ ମାଳ, ସବୁ ଫପସା: ବିଜେଡିରେ ନେତାଙ୍କ ଅଭାବୀ ବିକ୍ରି

ଭୁବନେଶ୍ୱର (ରମେଶ ରଥ): ଦଳରେ ମାଳ ମାଳ ନେତା। ହେଲେ ଆଖିକୁ ଦିଶିଲା ଭଳି କେହି ନାହାଁନ୍ତି। ନବୀନଙ୍କୁ ଛାଡ଼ିଦେଲେ ଦଳରେ ଅନ୍ୟମାନଙ୍କର କିଛି ସ୍ଥିତି ହିଁ ନାହିଁ। ଦ୍ୱିତୀୟ, ତୃତୀୟ ଏପରିକି ଚତୁର୍ଥ ଧାଡ଼ିର ନେତା ମଧ୍ୟ ଆଖିକୁ ଦିଶୁନାହାଁନ୍ତି। ଖାଲି ବୟସ ଦୃଷ୍ଟିରୁ ଖଣ୍ଡେ ଅଧେ ନାମକୁ ମାତ୍ର ରହିଛନ୍ତି। ହେଲେ ସେମାନେ ଖାଲି ଫପସା। ତାଙ୍କର ପ୍ରଭାବ କିଛି ନାହିଁ।

ଦଳ ଛାଡ଼ିଲା ପରେ ଏ କଥା ଦାମବାବୁ କହୁଛନ୍ତି। ଅନ୍ୟ ନେତାଙ୍କ କଥା ବି ସେୟା। ପାଟି ଫିଟାଇଲେ ବିପଦ। ମାଫିଆ, ଦୁଇ ତିନିଜଣ ଯୁବ ନେତା ଓ କେତେଟା ଅଫିସର, ଭିତରେ ଭିତରେ ଦଳକୁ ଚଳାଉଛନ୍ତି। ଏତେ ସଂଖ୍ୟାରେ ବିଧାୟକ ଓ ସାଂସଦ ଜିତିକି ଆସୁଥିବାରୁ ଦଳରେ କାହାର ଗୁରୁତ୍ୱ ରହୁନି। ଯେହେତୁ ଆବଶ୍ୟକତାଠାରୁ ଅଧିକ ବିଧାୟକ ଓ ସାଂସଦ ଦଳରେ ଜିତିକି ଆସିଛନ୍ତି, ତେଣୁ କାହାର ବାର୍ଗେନିଂ ପାୱାର ରହୁନି। ଅର୍ଥାତ ଧାନ ପରିକା, ନେତୃତ୍ୱର ଅଭାବି ବିକ୍ରି ହେଉଛି।

ଦଳରେ ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କର କିଛି ବି ଗୁରୁତ୍ୱ ରହୁନି। ଲୋକଙ୍କ ସେବା କରିବା ଓ ନିଜ ନେତୃତ୍ୱର ବିକାଶ କରିବା ଲକ୍ଷ୍ୟରେ ଆସିଥିବା ନେତାଙ୍କୁ କିଏ ବା ପଚାରୁଛି। ସେମାନେ ସବୁ ଅନନ୍ୟୋପାୟ ହୋଇ ମାଡ଼ିମକଚି ଦଳରେ ପଡ଼ି ରହିଛନ୍ତି। କରିବେ ବା କ’ଣ? ନବୀନଙ୍କ ବହୁ ପୂର୍ବରୁ ରାଜନୀତିକୁ ଆସିଥିବା ନେତାଏ ବି ପାଟି ଚୁପ୍ କରି ବସିଛନ୍ତି।

ଗତକାଲି ଯିଏ ସରକାରୀ ଚାକିରିରେ ଥିଲେ, ସେମାନଙ୍କୁ ହଠାତ୍ ଦଳୀୟ ଟିକେଟ ଦିଆଯାଉଛି। ରାତାରାତି ସେ ବନି ଯାଉଛନ୍ତି ପାୱାରଫୁଲ୍ ନେତା। ସରକାରୀ ଅର୍ଥକୁ ଟିଙ୍କ ଭଳି ବର୍ଷ ବର୍ଷ ଶୋଷଣ କରିବା ପରେ, ଏବେ ଆସିଲେ ନେତାରୂପରେ ପୁଣି ଓଡ଼ିଆଙ୍କୁ ଶୋଷିବାକୁ। ଅଭିନେତା, ଠିକାଦାର, ବେପାରୀ, ତା ସାଙ୍ଗକୁ ଅନ୍ୟଦଳିଆଙ୍କର ଏବେ ବେଶୀ ଗୁରୁତ୍ୱ। ପଦବୀ ମିଳୁଛି, ଟିକଟ ବି ମିଳୁଛି। ବିଚରା ବର୍ଷବର୍ଷ ଧରି ଚପଲ ଘୋଷାରି, ଅନେକ ଆଶା ଓ ସ୍ୱପ୍ନ ଧରି ପଡ଼ିରହିଥିବା କର୍ମୀମାନେ, ଆଜି ବି ସେଇମିତି ବୁଲି ବୁଲି ପୋଷ୍ଟର ମାରୁଛନ୍ତି।

ଅପରପକ୍ଷରେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେପି। ସେଇ ଅନୁସାରେ ଆରମ୍ଭ ହୋଇଛି ପ୍ରାର୍ଥୀ ଚୟନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଜୁଏଲ ଓରାମ, ଡଃ ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ପ୍ରଭୃତି ନାମକରା ନେତାମାନେ ଆଗେଇ ଆସିଲେଣି।

ବିଜେଡିରେ ମାଳମାଳ ନେତାଙ୍କୁ ନେଇ କନ୍ଦଳ ଲାଗିଥିବା ବେଳେ, ବିଜେପିରେ ଧୀରେ ଧୀରେ ଏକାଠି ହେଉଛନ୍ତି ହେଭିୱେଟ୍‌। ବିଜେଡିରେ ଜଣେ ମୁହଁ- ନବୀନ। ବିଜେପିରେ କିନ୍ତୁ ଏକାଧିକ ଚିହ୍ନା ମୁହଁ। ନବୀନଙ୍କ ଛତ୍ରଛାୟା ତଳେ ବିଜେଡିରେ କେହି ଦ୍ୱିତୀୟ ନେତା ଉଧେଇ ପାରିଲେ ନାହିଁ, କିମ୍ବା ଏମିତିବି ହୋଇପାରେ, ଆଉ କାହାକୁ ଆଗକୁ ଯିବାକୁ ଦିଆଗଲା ନାହିଁ। ବିଜୟ, ନଳିନୀ, ଦିଲୀପ, ଦାମ, ବୈଜୟନ୍ତ ଓ ପ୍ରଫୁଲ୍ଲଙ୍କ ଭଳି ସ୍ୱାଭିମାନୀ ନେତା ସତ କହି ଦଳରୁ ତଡ଼ା ଖାଇଛନ୍ତି। ଏପରି ପରିସ୍ଥିତିରେ ଦେଖିବାର କଥା, ବିଜେପି କେମିତି ନିଜକୁ ଶକ୍ତିଶାଳୀ କରି ଭୋଟ ଗୋଟାଇବାରେ ସକ୍ଷମ ହେଉଛି।



from Odisha Reporter https://ift.tt/2NLKkPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages