ଅକ୍ଷୟଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଲେ ପତ୍ନୀ ଟ୍ୱିଙ୍କିଲ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଅକ୍ଷୟଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଲେ ପତ୍ନୀ ଟ୍ୱିଙ୍କିଲ୍‌ !

ମୁମ୍ୱାଇ: ରାଗିଗଲେ ଟ୍ୱିଙ୍କିଲ୍‌ ଖାନ୍ନା। ବଲିଉଡ୍‌ର ଅଭିନେତା ଅକ୍ଷୟ କୁମାରଙ୍କ ଉପରେ ପତ୍ନୀ ଟ୍ୱିଙ୍କିଲ୍‌ ଖାନ୍ନା ରାଗି ଖପ୍ପା। ଯାହାକୁ ସେ ସର୍ବସାଧାରଣରେ ପ୍ରକାଶ କରିବାକୁ କୁଣ୍ଠାବୋଧ ପ୍ରକାଶ କରିନାହାନ୍ତି। ଏମିତିକି ଟ୍ୱିଙ୍କିଲ୍‌ ଟ୍ୱିଟ୍‌ କରି ଅକ୍ଷୟଙ୍କ ଉପରେ ନିଜ ରୋଷକୁ ପ୍ରକାଶ କରିଛନ୍ତି। କହିଛନ୍ତି ମୁଁ ତୁମକୁ “ଜୀବନରୁ ମାରି ଦେବାକୁ ଚାହେଁ।”  ଅକ୍ଷୟଙ୍କ ଉପରେ ପତ୍ନୀ ଟ୍ୱିଙ୍କିଲ୍‌ ଏତେମାତ୍ରାରେ ଉତକ୍ଷିପ୍ତ ହେବାର କାରଣ କ’ଣ ? ଆସନ୍ତୁ ଜାଣିବା । ପ୍ରକୃତ କଥା ହେଉଛି ଅକ୍ଷୟଙ୍କ ଉପରେ ଅଭିମାନ କରିଛନ୍ତି ଟ୍ୱିଙ୍କିଲ୍‌।

କଥାଟି ହେଉଛି ଅକ୍ଷୟ କୁମାର ବର୍ତ୍ତମାନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ‘ଆମାଜନ୍‌ ପ୍ରାଇମ୍‌’ର ୱେବ୍‌ ସିରିଜ୍‌ ‘ଦ ଏଣ୍ଡ୍‌’ରେ ଅଭିନୟ କରିବେ। ଏହା ଏକ ଷ୍ଟଣ୍ଟ ଆଧାରିତ ଶୋ’। ଏଥିପାଇଁ ଅକ୍ଷୟ କୁମାର ଏହି ଶୋ’ ସହିତ ଜଡ଼ିତ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରିବା ପାଇଁ ତାଙ୍କ ଦେହରେ ନିଆଁ ମଧ୍ୟ ଲଗାଇଥିଲେ। ଯାହାର ଫଟୋକୁ ସେ ଇନ୍‌ଷ୍ଚାଗ୍ରାମ୍‌ ଆକାଉଣ୍ଟରେ ଶେଆର୍‌ କରିଛନ୍ତି।

ମଙ୍ଗଳବାର ଅକ୍ଷୟ କୁମାର ମୁମ୍ୱାଇର କନସର୍ଟରେ ସାମିଲ୍‌ ହୋଇଥିଲେ। ସେଠାରେ ସେ ଏକ ଜବରଦସ୍ତ ଷ୍ଟଣ୍ଟ୍‌ ଦେଇଥିଲେ। ଦେହରେ ନିଆଁ ଲଗାଇ ସେ ଷ୍ଟେଜ୍‌ରେ ରାମ୍ପ୍‌ ୱାକ୍‌ କରିଥିଲେ। ତାଙ୍କ ରାମ୍ପ୍‌ ୱାକ୍‌ର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।
କିନ୍ତୁ ଅକ୍ଷୟ ଏହି ଷ୍ଟଣ୍ଟ୍‌ କରିବା ପରେ ସ୍ତ୍ରୀ ଟ୍ୱିଙ୍କିଲ୍‌ ଖାନ୍ନା ତାଙ୍କ ଉପରେ ରାଗି ଯାଇଛନ୍ତି। ସେ ଟ୍ୱିଟର୍‌ରେ ଅକ୍ଷୟଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ଅକ୍ଷୟ ମଧ୍ୟ ସ୍ତ୍ରୀଙ୍କୁ ଜବାବ ଦେଇଛନ୍ତି।

ଟ୍ୱିଙ୍କିଲ୍‌ ଟ୍ୱିଟ୍‌ କରି ଲେଖିଥିଲେ ଯେ, “ଫାଲ୍‌ତୁ ! ଏସବୁ ମୁଁ ଦେଖିଲି। ତୁମେ କିପରି ନିଜ ଦେହରେ ନିଆଁ ଲଗାଇବା ପାଇଁ ନିଷ୍ପତି ନେଲ। ଘରକୁ ଆସ। ଯଦି ଏସବୁ କରିବା ପରେ ତମେ ବଞ୍ଚିଯାଇଥିବ, ତେବେ ମୁଁ ତୁମକୁ ଜୀବନରୁ ମାରିଦେବି। ଭଗଗାନ ମତେ ସାହାଯ୍ୟ କର।”

ଟ୍ୱିଙ୍କିଲ୍‌ଙ୍କ ଟ୍ୱିଟ୍‌ରେ ପ୍ରତିଉତ୍ତର ରଖିଛନ୍ତି ଅକ୍ଷୟ। କହିଛନ୍ତି  “ଏବେ ମତେ ସତରେ ଡ଼ର ଲାଗୁଛି।” ରାମ୍ପରେ ଚାଲିବା ସମୟରେ ଅକ୍ଷୟଙ୍କ ଶରୀର ଜଳୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ତାଙ୍କ ମୁହଁରେ ଟିକିଏ ବି ଭୟ ନଥିଲା। ଅକ୍ଷୟ ରୋହିତ ସେଟ୍ଟିଙ୍କ ଷ୍ଟଣ୍ଟ୍‌ ଶୋ’ ‘ଖତରୋଁ କି ଖିଲାଡି ୯’ର ଗ୍ରାଣ୍ଡ୍‌ ଫିନାଲେରେ ମଧ୍ୟ ଯୋଗ ଦେବେ। ସେଠାରେ ସେ ଅନ୍ୟ ପ୍ରତିଯୋଗିଙ୍କୁ ଚ୍ୟାଲେଞ୍ଜ ଦେବେ।
ସୂଚନା ଅନୁଯାୟୀ, ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ ମାର୍ଚ୍ଚ ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଏହା ବ୍ୟତୀତ ସେ ‘ଗୁଡ୍‌ ନ୍ୟୁଜ୍‌’ ଓ ‘ହାଉସ୍‌ଫୁଲ୍‌ ୪’ରେ ମଧ୍ୟ ଅଭିନୟ କରିବେ। ଏହି ଦୁଇଟି ଫିଲ୍ମର ସୁଟିଙ୍ଗ୍‌ ବର୍ତ୍ତମାନ ଜାରି ରହିଛି।

 



from Odisha Reporter https://ift.tt/2SLqzbM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages