ସୁଧୁରୁନି ପାକିସ୍ତାନ, ରଜୌରୀରେ ଅଶାନ୍ତ ଏଲ୍‌ଓସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ସୁଧୁରୁନି ପାକିସ୍ତାନ, ରଜୌରୀରେ ଅଶାନ୍ତ ଏଲ୍‌ଓସି

ରଜୌରୀ: ପୁଲ୍ୱାମା ଘଟଣା ପରେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁଥିବା କହି ନିଜ ସପକ୍ଷରେ ଓକିଲାତି କରିଆସିଥିବା ପାକିସ୍ତାନର ମୁଖା ସବୁଦିନ ଖୋଲୁଛି ଅଶାନ୍ତ ଏଲଓସି। ଆଜି ଜମ୍ମୁକଶ୍ମୀରର ରଜୌରୀ ସହର ନିକଟରେ ଥିବା ଏଲଓସିଠାରେ ପାକିସ୍ତାନ ପଟରୁ ପ୍ରବଳ ମାତ୍ରାରେ ଗୁଳି ମାଡ଼ ଏବଂ ମୋର୍ଟାର ମାଡ଼ ଦେଖିବାକୁ ମିଳିଥିଲା। ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହା ଦିନର ତୃତୀୟ ଆକ୍ରମଣ ଥିଲା।

ସକାଳ ପ୍ରାୟ ୧୦.୩୦ ସମୟରେ ଜମ୍ମୁ ସହରଠାରୁ ମାତ୍ର ୧୫୯ କିଲୋମିଟର ଦୂର ରଜୌରୀ ନିକଟସ୍ଥ ନୌଶେରା ଏବଂ ସୁନ୍ଦରବଣି ସେକ୍ଟରରେ ଉଭୟ ଶେଲିଂ ଓ ଗୁଳି ଗୋଳା ବର୍ଷଣ ହୋଇଥିଲା।

ଏହି ଘଟଣା ପରେ ରଜୌରୀ ଏବଂ ପୁଞ୍ଛ ଜିଲ୍ଲାର ଏଲ୍ଓସିଠାରୁ ୫ କିଲୋମିଟର ଦୂରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି।

ପାକିସ୍ତାନର ଏପରି ଆକ୍ରମଣରେ ଭାରତ ପକ୍ଷରୁ ମଧ୍ୟ ଦୃଢ଼ ଜବାବ ଦିଆଯାଇଛି। ସକାଳ ୪.୩୦ ପରଠାରୁ ଉଭୟ ପକ୍ଷ ମଧ୍ୟରେ ଏଭଳି ୨ଥର ଗୁଳି ବିନିମୟ ସରିଲାଣି। ମଙ୍ଗଳବାର ମଧ୍ୟ ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା ଏବଂ ଭାରତ ପକ୍ଷରୁ ଜଣେ ଯବାନ ଆହତ ହୋଇଥିଲେ।



from Odisha Reporter https://ift.tt/2XCPQs8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages