କନ୍ଧମାଳରେ ଅଚ୍ୟୁତଙ୍କୁ ବିରୋଧ: ବିଜେଡି କର୍ମୀ କହିଲେ- ବାହାର ଲୋକଙ୍କୁ କାହିଁକି ଟିକଟ୍‌ ଦିଆଯାଇଛି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

କନ୍ଧମାଳରେ ଅଚ୍ୟୁତଙ୍କୁ ବିରୋଧ: ବିଜେଡି କର୍ମୀ କହିଲେ- ବାହାର ଲୋକଙ୍କୁ କାହିଁକି ଟିକଟ୍‌ ଦିଆଯାଇଛି?

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଆଜି ପ୍ରକାଶ କରିଛି ପ୍ରାର୍ଥୀ ତାଲିକା। ଏଥିରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଭାବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଚୟନ କରିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ଏହି ଖବର ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲାରେ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ବିରୋଧ କରି ବିଜୁ ପଟ୍ଟନାୟକ ଛକରେ ବିଜେଡି କର୍ମୀ ଓ ନେତାମାନେ ଆଜି ବିକ୍ଷୋଭ କରିଛନ୍ତି। ରାସ୍ତାରେ ଟାୟାର ଜାଳିବା ସହିତ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଏହି ଆନ୍ଦୋଳନରେ ନଗର ବିଜେଡି ସଭାପତି ସୁଧୀର କହଁର, ଉପସଭାପତି ମିଲନ କହଁର, ମହିଳା ବିଜେଡି ଉପସଭାନେତ୍ରୀ ନମିତା ବେହେରା, ପୂନମ କହଁର, ନଗର ବିଜେଡି କୋଷାଧ୍ୟକ୍ଷ ପ୍ରଣଦ ନାୟକଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିବା ଜଣାପଡ଼ିଛି।

ବିଜେଡି ଜିଲ୍ଲା ମହିଳା ଉପସଭାପତି ପୂନମ କହଁର କହିଛନ୍ତି-“କନ୍ଧମାଳ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ ଆମେ ଦୀର୍ଘ ଦିନରୁ ସଭାପତିଙ୍କ ପାଖରେ ଦାବି କରିଆସିଥିଲୁ। ଯିଏ ଆମ ପାଖରେ ରହିବ ଓ ଆମ ଦୁଃଖ ଶୁଣିବ। ଯାହାଙ୍କ ସହିତ ଆମେ ମୁହାଁମୁହିଁ କଥା ହୋଇପାରିଥାଆନ୍ତୁ। ଗତ ନିର୍ବାଚନରେ ରାଣୀ ଏଠାରେ ସାଂସଦ ହୋଇଥିଲେ। ସେ କେବଳ ବୈଠକରେ ବସି ଚାଲି ଯାଉଥିଲେ। ହେଲେ ଗରିବଙ୍କ ଦୁଃଖ ଶୁଣୁନଥିଲେ। ଆମେ ପଦ ପଦବୀ ଥାଇ ମଧ୍ୟ ତାଙ୍କ ସାମ୍ନାକୁ ଯାଇପାରୁନଥିଲୁ। ସେଥିପାଇଁ ବାରମ୍ୱାର ଅନୁରୋଧ କରିଥିଲୁ ଏଠାରୁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ। ଏହା ସତ୍ତ୍ୱେ ଜଣେ ବାହାର ଲୋକଙ୍କୁ ପ୍ରାର୍ଥୀ କରାଯାଇଛି। ସେଥିପାଇଁ ଆମେ ବିରୋଧ କରୁଛୁ। ଆମେ ଏବେବି ବିଜେଡିକୁ ସମର୍ଥନ କରୁଛୁ। ଦରକାର ପଡ଼ିଲେ, ବିଜେଡି ସଭାପତିଙ୍କ ପାଇଁ ଜୀବନ ଦେଇଦେବୁ।”

ଫୁଲବାଣୀ ନଗର ବିଜେଡି ଉପସଭାପତି ମିଲନ କହଁର କହିଛନ୍ତି-“ଗଲା ଦୁଇଟି ନିର୍ବାଚନରେ ଆମେ ଆମ ଜିଲ୍ଲାରୁ ସାଂସଦ ପ୍ରାର୍ଥୀଙ୍କୁ ପାଇଲୁ ନାହିଁ। ସେଥିପାଇଁ କନ୍ଧମାଳ ମାଟି କାନ୍ଦୁଛି। ଆମେ ଚାହୁଁଛୁ ଆମ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ ସାଂସଦ ପ୍ରାର୍ଥୀ କରାଯାଉ। ତାହା ନହେଲେ ଆଗକୁ ଆହୁରି ବିରୋଧ କରାଯିବ।”
ନଗର ସଭାପତି ସୁଧୀର କହଁର କହିଛନ୍ତି-“ଆମେ ନବୀନ ପଟ୍ଟନାୟକଙ୍କ ସାଥୀରେ ରହିଛୁ ଓ ଆଗକୁ ରହିବୁ। କିନ୍ତୁ ତାଙ୍କର ପ୍ରାର୍ଥୀ ଚୟନକୁ ବିରୋଧ କରିଛୁ। ସ୍ଥାନୀୟ ପ୍ରାର୍ଥୀ ଦିଆନଗଲେ ଆମେ ଆନ୍ଦୋଳନକୁ ରାଜରାସ୍ତାକୁ ନେବୁ।”

 



from Odisha Reporter https://ift.tt/2CnWauM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages