
ସମ୍ୱଲପୁର(ସଞ୍ଜୟ ଜେନା): ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍ଟି ଚଢ଼ି ଯାଇଛି।
ତେବେ ସୌଭାଗ୍ୟବସତଃ କଣ୍ଟେନ୍ର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି ଜନଜୀବନ କ୍ଷୟକ୍ଷତି ହୋଇନାହିଁ।
କଣ୍ଟେନର୍ଟି ରେଳ ଧାରଣାରେ ଚଢ଼ିଯିବା ଫଳରେ ସମ୍ବଲପୁର-ହୀରାକୁଦ ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ବିଭିନ୍ନ ଷ୍ଟେସନ୍ରେ ଟ୍ରେନ୍ ଅଟକି ରହିଛି। ରେଳ ଧାରଣାରୁ କଣ୍ଟେନରକୁ ହଟାଇବା ପାଇଁ ରେଳ କର୍ମଚାରୀ ପହଞ୍ଚିଛନ୍ତି।
from Odisha Reporter https://ift.tt/2IOAn53
No comments:
Post a Comment