ଗଛରେ ପିଟି ହେଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଗଛରେ ପିଟି ହେଲା କାର୍‌

car23

ନରସିଂହପୁର (ଦିଲ୍ଲୀପ ପଣ୍ଡା): ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଏ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କେନ୍ଦୁପଲିରେ।

ଆହତମାନେ ହେଲେ ଶ୍ରୀନିବାସ ସାହୁ (୪୭), ସୁରେଶ ସାହୁ (୪୩), ସରସ୍ୱତୀ ସାହୁ (୬୫) ଓ ଆଦିକନ୍ଦ ସାହୁ(୬୫)। ଏମାନେ ସମସ୍ତେ ବଡ଼ଭୂଇଁ ଗାଁର।

car3ଆଜି ସକାଳେ ଏମାନେ ବଡ଼ଭୂଇଁରୁ କାର୍ ଯୋଗେ କଟକ ବଡ଼ ଡାକ୍ତରଖାନା ଯାଉଥିବା ବେଳେ କେନ୍ଦୁପଲି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। କାର୍‌ଟି ଏତେ ଜୋରରେ ଗଛରେ ପିଟି ହୋଇଥିଲା ଯେ ଏହାର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି। ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।



from Odisha Reporter https://ift.tt/2TnFHR0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages