
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ହୋଲି। ଏହି ଅବସରରେ ଆମେ ଘରେ କିଛି ମିଠା କି ଥଣ୍ଡା ପାନୀୟ ତିଆରି କରି ଅନ୍ୟମାନଙ୍କୁ ପିଇବାକୁ ଦେବା ସହ ନିଜେ ମଧ୍ୟ ଏହାର ଭରପୁର୍ ଫାଇଦା ଉଠାଇଥାଉ। ଏଭଳି ଏକ ପାନୀୟ ହେଉଛି ‘ଥଣ୍ଡାଇ’। ଏହା ପାଟିକୁ ସୁଆଦିଆ ହୋଇଥିବା ବେଳେ ପେଟକୁ ମଧ୍ୟ ଥଣ୍ଡା ରଖିଥାଏ। ତେଣୁ ହୋଲିରେ ନିହାତି ଭାବେ ଏହାକୁ ଘରେ ପ୍ରସ୍ତୁତ କରନ୍ତୁ।
ଜାଣି ରଖନ୍ତୁ ଏହାର ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ ବିଷୟରେ
କ୍ଷୀର, ଗୋଲମରିଚ, ପୋସ୍ତ, ପାନମଧୁରୀ, ତରଭୁଜ ମଞ୍ଜି, ପିସ୍ତା ବାଦାମ, ଚିନି, ପାଣି, ଗୋଲାପ ଜଳ, କେଶର୍, ଏବଂ ଗୁଜୁରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଲମରିଚ, ପୋସ୍ତ, ପାନମଧୁରୀ, ତରଭୁଜ ମଞ୍ଜି, ପିସ୍ତାବାଦାମ ଆଦି ସାମଗ୍ରୀକୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖିଦିଅନ୍ତୁ। ତା ପରେ ଭିଜା ହୋଇଥିବା ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ।
ଗ୍ରାଇଣ୍ଡିଂ କରିଥିବା ପେଷ୍ଟକୁ ଏକ ପାତ୍ରରେ କାଢ଼ି ରଖନ୍ତୁ। ଏହା ପରେ ଅନ୍ୟ ଏକ ପାତ୍ରକୁ ଗ୍ୟାସ୍ରେ ବସାଇ ସେଥିରେ କ୍ଷୀରରେ ଚିନି ପକାଇ ଫୁଟାନ୍ତୁ। ଏବଂ କ୍ଷୀରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାକୁ ଆପଣ ଗାଢ଼ା ହେବା ଯାଏ ଫୁଟାନ୍ତୁ। ଏହା ପରେ କ୍ଷୀରରେ ପୂର୍ବରୁ ପେଷ୍ଟ ହୋଇଥିବା ଜିନିଷକୁ ପକାନ୍ତୁ।

ତା ପରେ ସେଥିରେ କେଶର, ଗୋଲାପ ଜଳ, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପୁରା ଥଣ୍ଡା ହେଲା ପରେ ଆପଣ ତାକୁ ଫ୍ରିଜ୍ରେ ରଖି ଆବଶ୍ୟକ ଅନୁସାରେ ବ୍ୟବହାର କରିପାରିବେ।
from Odisha Reporter https://ift.tt/2Y4MPkE
No comments:
Post a Comment