କଂଗ୍ରେସ ଗଡ଼ ଭାଙ୍ଗି ଉଡ଼ିଥିଲା ବିଜେଡି ପତାକା, ଏଥର ମୋଦି ହାୱା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

କଂଗ୍ରେସ ଗଡ଼ ଭାଙ୍ଗି ଉଡ଼ିଥିଲା ବିଜେଡି ପତାକା, ଏଥର ମୋଦି ହାୱା  

ଧର୍ମଗଡ(ଇଙ୍ଗିତ ପଣ୍ଡା):  କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ପ୍ରମୁଖ ଭୁମିକା ଗ୍ରହଣ କରେ। ଜିଲ୍ଲାରେ ଏହି ବିଧାନସଭା ମଣ୍ଡଳୀ ଏକ ଅଣକଂଗ୍ରେସ ନିର୍ବାଚନମଣ୍ଡଳୀ ଭାବେ ଜଣାଶୁଣା। ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକକୁ ନେଇଁ ଗଠିତ ଏହି ନିର୍ବାଚନ ମଣ୍ଡଳୀ।

ଇତିହାସ : ଏହି ନିର୍ବାଚନ ମଣ୍ଡଳୀରେ କଳାହାଣ୍ଡିର ପୂର୍ବତନ ମହାରାଜ ପ୍ରତାପ କେଶରୀ ଦେଓ ୧୯୫୧ ମସିହାରେ ପ୍ରଥମଥର ପାଇଁ ଗଣତନ୍ତ୍ର ପରିଷଦରୁ ନିର୍ବାଚିତ ହୋଇଥିଲେ। ୧୯୮୦ ପର୍ଯ୍ୟନ୍ତ ଏହା ଅଣକଂଗ୍ରେସ ଦଳର ହାତରେ ଥିଲା। ପରେ ୧୯୮୦ରେ ପ୍ରଥମ ଥର ମହେଶ୍ୱର ବରାଡ ଏଠାରୁ ପ୍ରାର୍ଥୀ ହୋଇ କଂଗ୍ରେସ ପାଇଁ ଜୁନାଗଡରୁ ଖାତା ଖୋଲିଲେ। ୧୯୮୫ ପର୍ଯ୍ୟନ୍ତ ଏହା କଂଗ୍ରେସ ହାତରେ ଥିଲା। ୨୦୦୯ରେ ଗୋବର୍ଦ୍ଧନ ଦାସ ଏଠାରୁ କଂଗ୍ରେସ ଟିକଟରେ ଜିତିଥିବା ବେଳେ ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରଥମ ଥର ପାଇଁ ଏଠାରେ ଖାତା ଖୋଲିଲା।  ବିଧାୟକ ଭାବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ।

ବିଜେଡି : ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଏଥର ଟିକେଟ ପାଇବା କଷ୍ଟକର ହୋଇପାରେ। କାରଣ ବର୍ତ୍ତମାନର କଳାହାଣ୍ଡି ସାଂସଦଙ୍କ ପତ୍ନୀ ମାଳବିକା ଦେବୀ ଏଠାରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଯୋରଦାର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳର ପୁରୁଣା ସଙ୍ଗଠକ ପ୍ରମୋଦ ପଟ୍ଟନାୟକ, ହିମାଂଶୁ ଶେଖର ବରାଡଙ୍କ ନାମ ମଧ୍ୟ ରେସ୍‌ରେ ରହିଛି।

ବିଜେପି : ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏଠାରେ ଭଲପ୍ରଦର୍ଶନ କରିଥିବା ଯୋଗୁଁ ଏଠାରେ ଏବେ ବିଜେପି ହାୱା ବହିବାରେ ଲାଗିଛି। ମୋଦି ହାୱା କାମ ଦେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା। ଏଣେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଆଶାୟୀଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ଜୁନାଗଡ଼ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ସାନଭାଇ ମନୋଜ ମେହେର, ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି କାଳୀ ପ୍ରସାଦ ରାୟଗୁରୁ ଏବଂ କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ରାଜ୍ୟ ନେତୃତ୍ୱ କାହା ଉପରେ ଆସ୍ଥା ଥାପୁଛନ୍ତି ତାହା ଭବିଷ୍ୟତ କହିବ।

କଂଗ୍ରେସ : ଏହି ନିର୍ବାଚନ ମଣ୍ଡଳୀରେ ଗତଥର ବିଜେପିରୁ ଲଢିଥିବା ଅନୀଲ ସିଂହଦେଓ ଏବେ କଂଗ୍ରେସରେ ଯୋଗଦାନ କରିଛନ୍ତି। ଦଳ ପକ୍ଷରୁ ଏଠାରୁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ମିଳିଥିବା ଚର୍ଚ୍ଚା ହେଉଛି। ଏହା ସହିତ ଟିକେଟ ରେସ୍‌ରେ ଅଛନ୍ତି ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ ଏବଂ ଗୋଲାମୁଣ୍ଡ ବ୍ଲକ ଅଧ୍ୟକ୍ଷ ଥିବା ତୁଳେଶ୍ୱର ନାଏକ।



from Odisha Reporter https://ift.tt/2FiLork

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages