
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ନାଁରେ ମିଥ୍ୟା ପ୍ରଲୋଭନ ଦେଖାଇ ବିଜେଡି ପାଇଁ ଭୋଟ ମଗାଯାଉଛି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବି ରାଜ୍ୟର ସରକାରୀ ଅଫିସରମାନେ ବିଜେଡିର ଭୋଟ୍ ବଢ଼ାଇବା ପାଇଁ ବସ୍ତିବାସିନ୍ଦାଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ବିଜେପି ଆଇନ ପ୍ରକୋଷ୍ଠ ସଦସ୍ୟ ରବିଶଙ୍କର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଭଳି କାର୍ଯ୍ୟରେ ନିୟୋଜିତ ସରକାରୀ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବିଜେଡିକୁ ଭୋଟ୍ ଦେଲେ ଯାଇ ଥଇଥାନ କରାଯିବ ବୋଲି ବସ୍ତିବାସିନ୍ଦାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଆଦିବାସୀ ପଡ଼ିଆରେ ଥଇଥାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି।
ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗ ଅଫିସର ସୁଶାନ୍ତ ଦାସ ଗତ ୨୪ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ଭୁବନେଶ୍ୱର ଝରଣା ବସ୍ତି ଏବଂ ତତି ବସ୍ତିର ବାସିନ୍ଦାମାନଙ୍କୁ ଆଦିବାସୀ ପଡ଼ିଆରେ ଥଇଥାନ କରିବାର ବ୍ୟବସ୍ଥା କରିଛନ୍ତି। ମାର୍ଚ୍ଚ ୨୫ ତାରିଖ ଦିନ ସେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଶାସକ ଦଳ ବିଜେଡି ପାଇଁ ପ୍ରଚାର କରୁଛନ୍ତି ଏବଂ ଭୋଟ ଭିକ୍ଷା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସୁଶାନ୍ତ ଦାସଙ୍କ ଭଳି ଅଫିସରମାନେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଏହି ଦାୟିତ୍ୱ ମିଳିଛି। ତୁରନ୍ତ ଏହି ଅଫିସରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି। ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି।
ଏହି ପ୍ରତିନିଧି ଦଳରେ ନିର୍ବାଚନ ପ୍ରକୋଷ୍ଠର ସଦସ୍ୟ ଆଇନଜୀବୀ ବିଜୟ ସିଂହ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter https://ift.tt/2CASKoo
No comments:
Post a Comment