ଭିତରେ କସରତ, ବାହାରେ କଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଭିତରେ କସରତ, ବାହାରେ କଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭିତରେ କସରତ, ବାହାରେ କଳି । ବିଜେଡିରେ ବଢୁଛି ଟିକେଟ୍ କଳି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଟିକେଟ୍ କସରତ ଚାଲିଥିବାବେଳେ ଆଜି ନବୀନ ନିବାସ ବାହାରେ ବିଜେଡି କର୍ମୀଙ୍କ ମଧ୍ୟରେ ହୋଇଛି ଠେଲାପେଲା,ମାର୍ପିଟ୍।  ସେପଟେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ ଲୋକସଭା ଆସନ ମଧ୍ୟରୁ ୪ ପ୍ରାର୍ଥୀ ବଦଳିବାର ସମ୍ଭାବନା ରହିଛି। ସେହିପରି ୪୨ ବିଧାନସଭା ସିଟ୍‌ରୁ ୧୦ ବିଧାୟକଙ୍କ ଟିକେଟ କଟିବା ସହ କିଛି ସ୍ଥାନରେ ସିଟିଂ ଏମ୍ଏଲ୍ଏଙ୍କ ପୁଅମାନଙ୍କୁ ପ୍ରାର୍ଥୀ କରାଯାଇପାରେ। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଓ ଆଶାୟୀ ପ୍ରାର୍ଥୀ ତୃପ୍ତିରଂଜନ ବେହେରାଙ୍କ ସମର୍ଥକ ମଧ୍ୟରେ ଆଜି ନବୀନ ନିବାସ ଆଗରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପ୍ରମୋଦଙ୍କ ବିରୋଧୀ ଗୋଷ୍ଠୀ ରାସ୍ତା ଉପରେ କିଛି ସମୟ ପାଇଁ ବସି ରହିଥିଲେ। ତେବେ କେବଳ ପ୍ରମୋଦ ମଲ୍ଲିକ ନୁହଁନ୍ତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ମଧ୍ୟ ନବୀନ ନିବାସ ଆଗରେ ବିରୋଧୀ ଗୋଷ୍ଠୀ ନାରାବାଜି କରିଥିଲେ।

ତେବେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ୨୦୧୪ରେ ଏହି ୪୨ ସିଟ୍ ମଧ୍ୟରୁ ବିଜେଡି ୩୮ଟି, ବିଜେପି ୩ ଟି  ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟରେ ୧୦ ବିଧାୟକ ଓ ୩ ସାଂସଦଙ୍କ ଟିକଟ୍ କଟିବାର ସମ୍ଭାବନା ରହିଛି । ବାଦ୍ ପଡିବା ସାଂସଦ ତାଲିକାରେ ନଗେନ୍ଦ୍ର ପ୍ରଧାନ, ସକୁନ୍ତଳା ଲାଗୁରି ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ଶୁଣାଯାଉଛି। ସେହିପରି ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିସାରିଥିବାରୁ ସେଠାରେ ନୂଆ ମୁହଁ ପ୍ରାର୍ଥୀ ହେବେ। ବିଧାନସଭା ସିଟ୍ ମଧ୍ୟରୁ ରେଙ୍ଗାଲି ବିଧାୟକ ରମେଶ ପଟୁଆ, ଆଠମଲ୍ଲିକରୁ ସଂଜୀବ ସାହୁ, ଆନନ୍ଦପୁରରୁ ମାୟଧର ଜେନା, ତେଲକୋଇରୁ ବେଦବ୍ୟାସ ନାୟକ, କେନ୍ଦୁଝରରୁ ଅଭିରାମ ନାୟକ, ହିନ୍ଦୋଳରୁ ସୀମା ନାୟକ, ପାଲଲହଡାରୁ ମହେଶ ସାହୁ , ରଣପୁରରୁ ରବିନାରାୟଣ ମହାପାତ୍ର, ବେଗୁନିଆରୁ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ମଧ୍ୟରୁ ବିଧାୟକ ବିଜୟ ମହାନ୍ତିଙ୍କ ଟିକଟ୍ କଟିପାରେ।

ଅନ୍ୟପକ୍ଷରେ ଜୟଦେବ ବିଧାୟକ ଶଶିଭୂଷଣ ବେହେରା, ଉତ୍ତର-ଭୁବନେଶ୍ୱରରୁ ପ୍ରିୟଦର୍ଶୀ ମିଶ୍ର, କଟକ-ସଦରରୁ ଚନ୍ଦ୍ରସାରଥୀ ବେହେରା, ଢେଙ୍କାନାଳରୁ ସରୋଜ ସାମଲ ଓ ପାଟଣା ବିଧାୟକ ହୃଷୀକେଶ ନାୟକ ବି ପୁଣି ଟିକଟ୍ ପାଇବା ନେଇ ଦ୍ୱନ୍ଦ୍ୱ ରହିଛି। ସେପଟେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକଟ୍ ମିଳିବା ସମ୍ଭାବନା ରହିଛି।



from Odisha Reporter https://ift.tt/2HU1oSr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages