ଖରା ଦିନେ ଘରେ କରନ୍ତୁ ସ୍ୱାଦିଷ୍ଟ ଓରିଓ ମିଲ୍କ ସେକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଖରା ଦିନେ ଘରେ କରନ୍ତୁ ସ୍ୱାଦିଷ୍ଟ ଓରିଓ ମିଲ୍କ ସେକ୍‌

ଖରାଦିନ ଆସିଗଲାଣି। ଏହି ଦିନରେ ଅସହ୍ୟ ତାତିରୁ ନିସ୍ତାର ଲାଗି ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ  ଏହାକୁ ଘରେ ତିଆରି କରିବା କଷ୍ଟକର ଓ ସମୟସାପେକ୍ଷ ଭାବି ଆମେ ବାହାରୁ କିଣି ପିଇବାକୁ ପସନ୍ଦ କରିଥାଉ। କିନ୍ତୁ ଘରେ ମଧ୍ୟ  ଖୁବ୍‌ କମ୍‌ ସମୟରେ ଥଣ୍ଡା ପାନୀୟ ପ୍ରସ୍ତୁତ କରି ହେବ। ଏହାକୁ ଖରାରେ ବାହାରୁ ଆସିଥିବା ଅତିଥି ଓ ଘର ଲୋକଙ୍କୁ ସର୍ଭ କରାଯାଇ ପାରିବ। ତେବେ କମ୍ ସାମଗ୍ରୀ ଏବଂ କମ୍‌ ସମୟରେ ପ୍ରସ୍ତୁତ ହେଉଥିବା ସ୍ୱାଦିଷ୍ଟ ଓରିଓ ମିଲ୍କ ସେକ୍‌କୁ କିପରି ତିଆରି କରିବେ ପଢ଼ନ୍ତୁ।

ଆବଶ୍ୟକୀୟ ସାମଗ୍ରୀ

ଓରିଓ ବିସ୍କିଟ୍‌, କ୍ଷୀର, ଭାନିଲା ଆଇସ୍‌ସ୍କ୍ରୀମ୍‌, ଚକୋଲେଟ୍‌ ବାର୍‌

ଓରିଓ ମିଲ୍କ ସେକ୍‌ ତିଆରି କରିବା ପାଇଁ ପ୍ରଥମେ ଏକ ମିକ୍ସି ଜାର୍‌ରେ ଓରିଓ ବିସ୍କିଟ୍‌କୁ ଭାଙ୍ଗି ପକାନ୍ତୁ। ତା ପରେ ସେଥିରେ କ୍ଷୀର, ଭାନିଲା ଆଇସ୍‌ସ୍କ୍ରୀମ୍‌ ପକାଇ ଭଲ ଭାବେ ଗ୍ରାଇଣ୍ଡ କରିଦିଅନ୍ତୁ।

ଯଦି ଆପଣ ମିଲ୍କ ସେକ୍‌କୁ ଅଧିକ କ୍ରୀମି କରିବାକୁ ଚାହୁଁଛନ୍ତି ତାହାଲେ ଆପଣ ସେଥିରେ ଅଧିକ କ୍ରୀମ୍‌ ପକାଇ ପାରିବେ।

ସେହିପରି ଆପଣ ଯଦି ଅଧିକା ଲୋକଙ୍କ ପାଇଁ ଏହା ତିଆରି କରିବା ପାଇଁ ଚାହୁଁଛନ୍ତି ତାହାଲେ ଆପଣ ଅଧିକ ମାତ୍ରାରେ କ୍ଷୀର ବ୍ୟବହାର କରନ୍ତୁ।

ଆପଣ ମିଲ୍କ ସେକ୍‌କୁ ଗ୍ରାଇଣ୍ଡ କଲା ପରେ ପ୍ରସ୍ତୁତ ହୋଇଯିବ ଓରିଓ ମିଲ୍ମ ସେକ୍‌। ତା ପରେ ଏହାକୁ ସୁନ୍ଦର ଭାବେ ଡେକୋରେଟ୍ କରି ପରସିବା ପାଇଁ ଆପଣ ଗୋଟେ ଖଣ୍ଡ ଚକୋଲେଟ୍‌ ବାର୍‌କୁ ଏକ ପାତ୍ରରେ ତରଳାଇ ଦିଅନ୍ତୁ।

ତା ପରେ ଏକ କାଚ ଗ୍ଲାସ୍‌ର ଭିତର ପାଖରେ ସଜେଇଲା ଭଳି ମେଲ୍ଟ ହୋଇଥିବା ଚକୋଲେଟ୍‌କୁ ପକାନ୍ତୁ। ତା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଲ୍କ ସେକ୍‌କୁ ଗ୍ଲାସ୍‌ରେ ଢାଳନ୍ତୁ। ଏହା ପରେ ତାକୁ ଆହୁରି ଡେକୋରେଟ୍‌ କରିବାପାଇଁ ମିଲ୍କ ସେକ୍‌ ଉପରେ ଭାନିଲା ଆଇସ୍‌କ୍ରୀମ୍‌ ପକାଇ ଦୁଇ ଖଣ୍ଡ ଓରିଓ ବିସ୍କିଟ୍‌ ଦେଇ ସଜାନ୍ତୁ।

ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଓରିଓ ମିଲ୍କ ସେକ୍‌। ତା ପରେ ଏହାକୁ ନିଜେ ପିଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ପିଇବାକୁ ଦିଅନ୍ତୁ।



from Odisha Reporter https://ift.tt/2VIxpRd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages