
ଜଳେଶ୍ୱର(ଅଜିତ କୁମାର ଦାସ):ବାଲେଶ୍ୱରର ଜିଲ୍ଲା ଜଳେଶ୍ୱରର ଏନ୍ଏଚ୍ ୬୦ ଏକତାଳି ଏକ କେମିକାଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଆଜି ପ୍ରାୟ ସାଢ଼େ ଚାରିଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ନିଆଁ ଲିଭିବା ପରେ ମଧ୍ୟ ଟ୍ୟାଙ୍କରରୁ ଗ୍ୟାସ ବାହାରୁଛି। ଦୁର୍ଘଟଣାପରେ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2FuMxv2
No comments:
Post a Comment