ଘସିପୁରା ରାଜନୀତିକ ହତ୍ୟାକାଣ୍ଡ: ୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଘସିପୁରା ରାଜନୀତିକ ହତ୍ୟାକାଣ୍ଡ: ୫ ଗିରଫ

ଆନନ୍ଦପୁର(ମୁନା ସିଂହ):ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଅତି ନୃଶଂସ ଭାବେ ହତ୍ୟା ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରହିଛି।

ସୋମବାର ରାତିରେ ରାମଚନ୍ଦ୍ରଙ୍କୁ ଭେଟିବାକୁ ତାଙ୍କ ଘରକୁ ୫ରୁ ୬ଜଣ ଦୁର୍ବୃତ୍ତ ଆସିଥିଲେ। ଏକାଠି ଚା’ ପାନ ପରେ ସମସ୍ତେ ବାହାରକୁ ଆସିଥିଲେ। ତେବେ ଘରଠାରୁ ମାତ୍ର କେଇ ମିଟର ଦୂରରେ ହଠାତ୍ ଦୁବୃର୍ତ୍ତମାନେ ସଂଘବଦ୍ଧ ହୋଇ ଖଣ୍ଡା ଓ ଭୂଜାଲିରେ ରାମଚନ୍ଦ୍ରଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସିଯିବାରୁ ତତ୍‌କ୍ଷଣାତ୍ ସ୍ଥାନ ଛାଡ଼ି ଚାଲିଯାଇଥିଲେ ଦୁବୃର୍ତ୍ତ।

ହତ୍ୟାକାରୀ ରାମଚନ୍ଦ୍ରଙ୍କ ଦୁଇଟି ହାତ ଓ ଗୋଡ଼ କାଟି ଦେଇ ଥିବାବେଳେ ଗୋଟିଏ ଅଧା ହାତ ମଧ୍ୟ ନେଇ ପଳାଇଛନ୍ତି। ମୂମୁର୍ଷୁ ଅବସ୍ଥାରେ କଟକ ନିଆଯିବା ବାଟରେ ପ୍ରାଣ ହରାଇଥିଲେ ରାମଚନ୍ଦ୍ର।

ସୂଚନା ଅନୁସାରେ, ରାମଚନ୍ଦ୍ର ୨୦୧୪ ମସିହାରେ ଘସିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ହାରିଥିଲେ। ସେବେଠୁ ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ଆଉ ସକ୍ରିୟ ନଥିଲେ। ହେଲେ ଏଥର ନିର୍ବାଚନରେ ବିଜେଡିରେ ଯୋଗ ଦେବାକୁ ମନସ୍ଥ କରିଥିଲେ ଓ ଗତକାଲି ବଡ଼ ପତନାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଆୟୋଜନରେ ଲାଗିଥିଲେ। ହେଲେ ତାର କେଇ ଘଣ୍ଟା ପୂର୍ବରୁ ଜଘନ୍ୟ ହତ୍ୟାର ଶିକାର ହେଲେ।

ବିରୋଧୀଙ୍କ ଅଭିଯୋଗ ରାମଚନ୍ଦ୍ରଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ ମନ୍ତ୍ରୀ ବଦ୍ରି ପାତ୍ର ଓ ତାଙ୍କ ପୁଅମାନେ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି। ତେବେ ଏ ଅଭିଯୋଗକୁ ମନ୍ତ୍ରୀ ବଦ୍ରି ପାତ୍ର ଖଣ୍ଡନ କରିଛନ୍ତି। ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୃତକଙ୍କ ପରିବାରକୁ ଭେଟିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହା ଏକ ରାଜନୀତିକ ହତ୍ୟାକାଣ୍ଡ ବୋଲି କୁହାଯାଉଛି।



from Odisha Reporter https://ift.tt/2CHx3TQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages