
ଆଠଗଡ(ନୀଳକଣ୍ଠ ଦୋରା):ଆଠଗଡ ବ୍ଲକ କୁଶୁପଙ୍ଗି ପଞ୍ଚାୟତର ଜେମାଦେଇପୁର ଠାରେ ଏକ ଅଟୋ ଧକ୍କାରେ ଜଣେ ୯ବର୍ଷର ବାଳିକାର ମୃତ୍ୟୁ ଘଟିଛି। 
ମୃତକ ହେଲେ ଜେମାଦେଇପୁର ଗାଁର କୁନି ସାମଲ। ତେବେ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୫୫ନଂ ଜାତୀୟ ରାଜପଥ କୁଶୁପଙ୍ଗି ଛକ ଠାରେ ଅବରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି କୁଶୁପଙ୍ଗି ପଞ୍ଚାୟତର ଜେମାଦେଇପୁର ଗାଁ ଦେଇ ବିଜେଡିର ‘ଘରେ ଘରେ ଶଙ୍ଖ’ ରାଲି ଯାଉଥିଲା। ଏହି ରାଲିରେ ଏକ ଅଟୋରେ କିଛି ବିଜେଡି କର୍ମୀ ମଧ୍ୟ ଥିଲେ।
ହେଲେ ଅଟୋଟି ଯାଉଥିବା ବେଳେ ରାସ୍ତାରେ ଉକ୍ତ ୯ ବର୍ଷର ପିଲାକୁ ଧକ୍କା ଦେଇଥିଲା। ପରେ ପିଲାଟିକୁ ଆଠଗଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2Cqgv2r
No comments:
Post a Comment