ସୁଲତାନ୍‌ ଆଜଲାନ ଶାହ କପ୍‌ ହକି: ଜାପାନକୁ ୨-୦ରେ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ସୁଲତାନ୍‌ ଆଜଲାନ ଶାହ କପ୍‌ ହକି: ଜାପାନକୁ ୨-୦ରେ ହରାଇଲା ଭାରତ

ଆଇଫୋ(ମ୍ୟାଲେସିୟା): ଏସିଆନ୍‌ ଗେମ୍ସ ସ୍ୱର୍ଣ୍ଣ ବିଜେତା ଜାପାନ୍‌କୁ ୨-୦ରେ ପରାସ୍ତ କରି ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଛି ଭାରତ।

ଏସିଆନ୍‌ ଗେମ୍ସ ଓ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ମନପ୍ରୀତ ସିଂହଙ୍କ ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ରେ ଆରମ୍ଭରୁ ନିଜର ଦବଦବା ଦେଖାଇଥିଲା। ଏହା ଦଳକୁ ୨୪ତମ ମିନିଟ୍‌ରେ ଫାଇଦା ଦେଇଥିଲା। ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ଦଳକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଅଭିଜ୍ଞ ବରୁଣ କୁମାର ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରିଦେଇଥିଲେ।

ଏହାପରେ ଜାପାନ୍‌ ମ୍ୟାଚକୁ ବରାବର କରିବାକୁ ଯଥେଷ୍ଟ ଚେଷ୍ଟା କରିଥିଲା। କିନ୍ତୁ ଭାରତର ରକ୍ଷଣଭାଗକୁ ଭେଦ କରିବା ଜାପାନ ପକ୍ଷରେ ସହଜ ହୋଇ ନଥିଲା।

ଫଳରେ ଦ୍ୱିତୀୟ ଓ ତୃତୀୟ କ୍ୱାଟର ଗୋଲଶୂନ୍ୟ ରହିଥିଲା। ୪ର୍ଥ କ୍ୱାଟରରେ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ମ୍ୟାଚ୍‌ର ୫୫ତମ ମିନିଟ୍‌ରେ ଅଧିନାୟକ ମନପ୍ରୀତଙ୍କ ପାସ୍‌କୁ ସିମରନ୍‌ଜୀତ ସିଂହ ଗୋଲ୍‌ରେ ପରିଣତ କରି ଦଳର ବ୍ୟବଧାନକୁ ୨-୦ରେ ଆଗୁଆ କରିଦେଇଥିଲେ।

ଆସନ୍ତାକାଲି ଟିମ୍‌ ଇଣ୍ଡିଆ ଦକ୍ଷିଣ କୋରିଆକୁ ଭେଟିବ। ଏହାପରେ ୨୬ରେ ମ୍ୟାଲେସିୟା, ୨୭ରେ କ୍ୟାନାଡା ଓ ୨୯ରେ ପୋଲାଣ୍ଡକୁ ଭେଟିବ। ଟପ୍‌ ୨ଟି ଦେଶ ଆସନ୍ତା ୩୦ ତାରିଖରେ ଫାଇନାଲ୍‌ ମ୍ୟାଚ ଖେଳିବେ।



from Odisha Reporter https://ift.tt/2FtnsBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages