ଭାରତ ଦିନିକିଆ ସିରିଜ୍‌ ହାରିବାର କାରଣ କହିଲେ ୱାର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଭାରତ ଦିନିକିଆ ସିରିଜ୍‌ ହାରିବାର କାରଣ କହିଲେ ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ୩-୨ରେ ପରାସ୍ତ ହେବା ପରେ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଥିଲା।

ବିଶେଷ କରି ଦଳ ୨-୦ରେ ଆଗୁଆ ରହିଥିଲେ ହେଁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଶେଷ ୩ଟି ଯାକ ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିଥିଲା। ତେବେ ଭାରତ ଦିନିକିଆ ସିରିଜ୍‌ କାହିଁକି ହାରିଲା, ତା’ର କାରଣ ଅଷ୍ଟ୍ରେଲିଆ କ୍ରିକେଟର ଡାଭିଡ୍‌ ୱାର୍ଣ୍ଣର କହିଛନ୍ତି। ସେ କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ଶେଷ ଦୁଇ ମ୍ୟାଚ୍ ନ ଖେଳିବାରୁ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଲା।

ଏକ ଗଣାମଧ୍ୟମକୁ ୱାର୍ଣ୍ଣର କହିଛନ୍ତି, “ଏମ୍‌ଏସ୍‌(ଧୋନି) ଶେଷ ଦୁଇଟି ମ୍ୟାଚ୍‌ ଖେଳି ନଥିଲେ। ଏହା ହିଁ ଥିଲା ଦୁଇ ଦଳ ମଧ୍ୟରେ ସବୁଠାରୁ ବଡ଼ ପ୍ରାର୍ଥକ୍ୟ। ଧୋନିଙ୍କ ଅନୁପସ୍ଥିତିରେ ଯେଉଁ ଶୂନ୍ୟସ୍ଥାନ ହୋଇଥିଲା, ତାହା ଆମ (ଅଷ୍ଟ୍ରେଲିଆ) ପାଇଁ ସୁଯୋଗ ସୃଷ୍ଟି କରିଥିଲା। ଏହି ସୁଯୋଗର ଭରପୂର ଫାଇଦା ଆମେ ଉଠାଇଲୁ।

ତାଙ୍କ ଭଳି ଜଣେ ଖେଳାଳିଙ୍କ ଉପସ୍ଥିତି ହିଁ ଦୁଇ ଟିମ୍‌ ମଧ୍ୟରେ ଥିବା ବ୍ୟବଧାନକୁ ବୃଦ୍ଧି କରୁଥିଲା। ଯେହେତୁ ଧୋନି ନଥିଲେ, ତେଣୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେଲା।”

ଧୋନିଙ୍କୁ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆରେ ବିଶ୍ରାମ ଦେଇଥିଲା। ତାଙ୍କ ବଦଳରେ ରିଷଭ ପନ୍ତ ୱିକେଟ୍‌ କିପିଂ କରିଥିଲେ। ହେଲେ ସେ କିପିଂରେ ସମସ୍ତଙ୍କୁ ନିରାଶ କରିଥିଲେ।



from Odisha Reporter https://ift.tt/2HKsGL3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages