
ଇସ୍ଲାମାବାଦ: ଆମେରିକା ଆଜି ପାକିସ୍ତାନ ଜବରଦସ୍ତ ଝଟ୍କା ଦେଇଛି। ପୂର୍ବରୁ ଆମେରିକା ପକ୍ଷରୁ ପାକିସ୍ତାନ ନାଗରିକଙ୍କୁ ୫ ବର୍ଷ ପାଇଁ ଭିସା ଦିଆଯାଉଥିଲା। ହେଲେ ଆଜି ଏହି ଭିସା ଅବଧିକୁ ୩ ମାସକୁ ହ୍ରାସ କରାଯାଇଛି। ପାକିସ୍ତାନରେ ଅବସ୍ଥିତ ଆମେରିକା ରାଷ୍ଟ୍ରଦୂତ ଆଜି ଏହି ଘୋଷଣା କରିଛନ୍ତି।
ଏହି ନୂଆ ଭିସା ପଲିସି କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ପାକିସ୍ତାନୀ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ଲାଗୁ ହେବ।
ସାମ୍ବାଦିକମାନେ ଏକକାଳୀନ ୩ ମାସ ପାଇଁ ଭିସା ପାଇପାରିବେ। ଖାଲି ସେତିକି ନୁହେଁ ପାକିସ୍ତାନ ନାଗରିକମାନଙ୍କ ପାଇଁ ଆମେରିକା ସରକାର ଭିସା ଆବେଦନ ଫି’କୁ ମଧ୍ୟ ୧୬୦ ଡଲାରରୁ ୧୯୦ ଡଲାରକୁ ବୃଦ୍ଧି କରିଛନ୍ତି।
ଏହାପୂର୍ବରୁ ପାକିସ୍ତାନ ସରକାର ଆମେରିକା ନାଗରିକଙ୍କ ଭିସା ନିୟରେ ପରିବର୍ତ୍ତନ କରିବା ସହ ଏହାର ଫି’କୁ ମଧ୍ୟ ବୃଦ୍ଧି କରିଥିଲେ। ଏଥିସହ ଆମେରିକା ରାଷ୍ଟ୍ରଦୂତଙ୍କ ଯିବା ଆସିବା ଉପରେ ମଧ୍ୟ ପାକିସ୍ତାନ କଟକଣା ଜାରି କରିଥିଲା। ଏବେ ଆମେରିକା ଯେସାକୁ ତେସା ନୀତି ଆପଣାଇଥିବା କୁହାଯାଉଛି।
from Odisha Reporter https://ift.tt/2EBKZ1B
No comments:
Post a Comment