କଂଗ୍ରେସ ଛାଡ଼ିଥିବା ବିଧାୟକ ପଦ୍ମ ଧରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

କଂଗ୍ରେସ ଛାଡ଼ିଥିବା ବିଧାୟକ ପଦ୍ମ ଧରିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଉମେଶ ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ କିଛି ଦିନ ତଳେ ଉଭୟ କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲବର୍ଗିରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ଏହାପୂର୍ବରୁ ଉମେଶ ଯାଦବ କର୍ଣ୍ଣାଟକା ବିଜେପି ମୁଖ୍ୟ ବିଏସ୍‌ ୟେଦ୍ଦୁରାପ୍ପାଙ୍କ ଉପସ୍ଥିତିରେ ପଦ୍କ ଧରିଛନ୍ତି। ସେ ବିଜେପିରେ ଯୋଗଦେଇ ଖୁସି ବୋଲି କହିଛନ୍ତି।

ଶ୍ରୀ ଯାଦବ ଆସନ୍ତା ସାଧାରଣ ନିର୍ବାଚନରେ କଲବର୍ଗି ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ଯଦି ସେ ଏହି ଆସନରେ ପ୍ରାର୍ଥୀ ହେଉଛନ୍ତି, ତା’ହେଲେ ଶ୍ରୀ ଯାଦବଙ୍କ ଲଢ଼େଇ କଂଗ୍ରେସର ଭେଟରାନ୍‌ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସହ ହେବ। ଏହି ଆସନରୁ ଶ୍ରୀ ଖାଡ଼ଗେ ୯ଥର ବିଧାୟକ ଓ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଖାଡ଼ଗେ ଆଜି ଯାଏ କେବେ ହେଲେ ପରାଜୟର ସ୍ୱାଦ ଚାଖି ନାହାନ୍ତି।



from Odisha Reporter https://ift.tt/2UoJCdA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages