
ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକଙ୍କୁ ଜେଲ୍ରେ ମଧ୍ୟ ଏକଘରିକିଆ ହେବାକୁ ପଡ଼ିଛି। ତାଙ୍କୁ ଜମ୍ମୁର ଉଚ୍ଚସ୍ତରୀୟ ସୁରକ୍ଷାବଳୟ ମଧ୍ୟରେ ଥିବା କୋଟ ଭାଲୱାଲ କାରାଗାରର ସ୍ୱତନ୍ତ୍ର ସେଲ୍ରେ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସେଲ୍ରେ ଆଉ କୌଣସି କଏଦୀ ରହିବେ ନାହିଁ କିମ୍ବା ୟାସିନ୍ କାହା ସହ କଥା ହୋଇପାରିବେ ନାହିଁ।
ଜେକେଏଲ୍ ଫ୍ରଣ୍ଟର ଅଧ୍ୟକ୍ଷ ୟାସିନ୍ ମାଲିକଙ୍କ ନାଁରେ ପବ୍ଲିକ୍ ସେଫ୍ଟି ଆକ୍ଟ(ପିଏସ୍ଏ) ଅଧିନରେ ମାମଲା ରୁଜୁ କରାଯାଇଛି। ଏହି ମାମଲା ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଲାଗୁ ହୋଇଥାଏ, ତାଙ୍କୁ ୨ ବର୍ଷ ପାଇଁ କୌଣସି ପ୍ରକାରର କୋର୍ଟ ଲଢ଼େଇର ସୁଯୋଗ ମିଳିବ ନାହିଁ। କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଏବଂ ଦେଶର ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ଉସ୍କାଉଥିବାରୁ ୟାସିନ୍ଙ୍କୁ ପୁଲିସ୍ ଗିରଫ କରିଛି।
ୟାସିନ୍ ମାଲିକଙ୍କୁ କୋଟ ଭାଲୱାଲ ଜେଲ୍ର ରୁମ୍ ନମ୍ବର ୩ରେ ରଖାଯିବ। ଏହି ଉଚ୍ଚ ସୁରକ୍ଷିତ ଜେଲ୍ରେ ୫୧୦ ଜଣ କଏଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୦୦ ଜଣ ପାକିସ୍ତାନୀ ଓ ସ୍ଥାନୀୟ ଆତଙ୍କୀ ରହିଛନ୍ତି।
from Odisha Reporter https://ift.tt/2Uvo9zL
No comments:
Post a Comment