ରାଫେଲ ପ୍ରସଙ୍ଗରେ ମୋଦିଙ୍କୁ ଘେରିଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ରାଫେଲ ପ୍ରସଙ୍ଗରେ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ: ପୁଣିଥରେ ରାଫେଲ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଫେଲ ଡିଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇଯାଇଥିବା ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇବା ପରେ ଏହାକୁ ଆଧାର କରି ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ଏଥିସହ ସେ ମୋଦି ସରକାରଙ୍କ ପାଇଁ ନୂଆ ଟ୍ୟାଗ୍‌ ଲାଇନ୍‌ ‘ଗାୟବ ହୋ ଗୟା’ ବାହାର କରିଛନ୍ତି।

ଆଜି ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରି ମୋଦିଙ୍କ ଉପରେ ବର୍ଷିଥିଲେ। ‘ଗାୟବ ହୋ ଗୟା’ ଟ୍ୟାଗ୍‌କୁ ଯଥାର୍ଥ ଦର୍ଶାଇବା ପାଇଁ ରାହୁଲ ଯୁବକଙ୍କୁ ଚାକିରି, ଚାଷୀଙ୍କ ଆୟ, ୧୫ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିବା, ଚାଷୀଙ୍କୁ ବୀମା ପ୍ରଦାନ, ବିମୁଦ୍ରାକରଣ ପରେ କଳାଧନ ଫେରିବା ଓ ଡୋକଲାମ ଆଦି ପ୍ରସଙ୍ଗ ଉଠାଇଥିଲେ। ଏଭଳି ପ୍ରତିଶ୍ରୁତି ମୋଦି ପୂର୍ବରୁ ଦେଇଥିବା ବେଳେ ଏବେ ଏସବୁ ଗାୟବ ହୋଇଯାଇଥିବା ରାହୁଲ କଟାକ୍ଷ କରି କହିଛନ୍ତି।

ରାହୁଲ କହିଛନ୍ତି, “ ରାଫେଲ ଡିଲ୍‌ରେ ମୋଦିଙ୍କ ସଂପୃକ୍ତି ଥିବା ପ୍ରମାଣିତ ହୋଇଛି। ତେଣୁ ତାଙ୍କ ବିରୋଧରେ ତଦନ୍ତ ହେବା ଦରକାର। ଯଦି ଚୌକିଦାର(ମୋଦି) ସ୍ୱଚ୍ଛ, ତା’ହେଲେ ଘଟଣାର ତଦନ୍ତ କାହିଁକି କରୁନାହାନ୍ତି? ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ। ମୋଦି ତାଙ୍କ ବନ୍ଧୁ ଅନୀଲ ଅମ୍ବାନୀଙ୍କୁ ଫାଇଦା ଦେବାକୁ ଏଭଳି ଡିଲ୍‌ରେ ହସ୍ତକ୍ଷେପ କରିଥିଲେ।”

ଏହି ପ୍ରସଙ୍ଗରେ ରାହୁଲଙ୍କୁ ଅନେକ ବିରୋଧୀ ଦଳର ନେତାମାନେ ସମର୍ଥନ କରିଛନ୍ତି।



from Odisha Reporter https://ift.tt/2H5j0eq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages