ବିଜେପିରେ ମିଶିବେ, ଦିଲ୍ଲୀରୁ ପ୍ରାର୍ଥୀ ହେବେ ଗୌତମ ଗମ୍ଭୀର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବିଜେପିରେ ମିଶିବେ, ଦିଲ୍ଲୀରୁ ପ୍ରାର୍ଥୀ ହେବେ ଗୌତମ ଗମ୍ଭୀର!

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ନେଇଥିବା ଟିମ୍‌ ଇଣ୍ଡିଆ ଓପନର ଗୌତମ ଗମ୍ଭୀର ଖୁବ୍‌ଶୀଘ୍ର ତାଙ୍କର ରାଜନୀତିକ ଇନିଂସ୍‌ ଆରମ୍ଭ କରିବେ। ପୂର୍ବରୁ ଅନେକ ଥର ରାଜନୀତିକୁ ଆସିବାକୁ ଇଚ୍ଛା ପ୍ରକାଶ କରିଥିବା ଗମ୍ଭୀର ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବେ ବୋଲି ଆଜି ଜଣାପଡ଼ିଛି। ଖାଲି ସେତିକି ନୁହେଁ ନିକଟରେ ପଦ୍ମ ପୁରସ୍କାର ପାଇଥିବା ଗମ୍ଭୀର ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ କୁହାଯାଉଛି।

ଗମ୍ଭୀର ଏବେ ବିଭିନ୍ନ ସାମାଜିକ କାମ କରିବା ସହ ଲୋକଙ୍କ ନିକଟତର ହେଉଛନ୍ତି। ସେହିପରି ଦେଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ସେ ଖୋଲାଖୋଲି ମତ ରଖୁଛନ୍ତି। ଏଥିସହ ଏକ ସାକ୍ଷାତକାରରେ ମଧ୍ୟ ସେ ସୁଯୋଗ ମିଳିଲେ ରାଜନୀତିକୁ ଆସି ଲୋକଙ୍କ ସେବା କରିବେ ବୋଲି କହିଥିଲେ। ଏବେ ବିଜେପି ସହ ତାଙ୍କର କଥାବର୍ତ୍ତା ଚାଲିଛି। କେବଳ ଦିଲ୍ଲୀର କେଉଁ ଲୋକସଭା ଆସନରୁ ସେ ଛିଡ଼ା ହେବେ ସେକଥା ଚୂଡ଼ାନ୍ତ ହେବା ପରେ ଗମ୍ଭୀର ପଦ୍ମ ଧରିବେ ବୋଲି ତାଙ୍କ ନିକଟବର୍ତ୍ତୀ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି।

ପୂର୍ବରୁ ନବଜୋତ ସିଂହ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ ଓ କୀର୍ତ୍ତି ଆଜାଦଙ୍କ ଭଳି କ୍ରିକେଟରମାନେ ରାଜନୀତିରେ ପାଦ ଦେବାର ନଜିର ରହିଛି। ତେଣୁ ଏହି ତାଲିକାରେ ଗମ୍ଭୀର ମଧ୍ୟ ଯୋଡ଼ିବା କିଛି ନୂଆ କଥା ନୁହେଁ।



from Odisha Reporter https://ift.tt/2J1IiMg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages