ଅଙ୍ଗନବାଡ଼ିରେ ୪ ବର୍ଷର ଶିଶୁକୁ ମାଡ଼ ମାରି ହାତ ଭାଙ୍ଗିଦେଲେ ଦିଦି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଅଙ୍ଗନବାଡ଼ିରେ ୪ ବର୍ଷର ଶିଶୁକୁ ମାଡ଼ ମାରି ହାତ ଭାଙ୍ଗିଦେଲେ ଦିଦି !

ସୋର(ଶଶୀକାନ୍ତ ବେହେରା): ଅଙ୍ଗନବାଡ଼ିରେ ପଢ଼ୁଥିବା ୪ ବର୍ଷ ଝିଅକୁ ଦିଦି ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଆସିଛି। ଏନେଇ ଝିଅର ବାପା ଥାନା ଓ ସିଡିପିଓଙ୍କ ପାଖରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମାତ୍ର ମାଡ଼ ମାରିବା ଘଟଣାକୁ ସିଡିପିଓ ଖଣ୍ଡନ କରିଛନ୍ତି।

ପୂରା ଘଟଣା ଏମିତି। ସବୁଦିନ ପରି ଆଜି ସାଉଣ୍ଡିଆ ଗାଁର ମୁକୁନ୍ଦ ଦାସଙ୍କ ୪ ବର୍ଷର ଝିଅ ଅଙ୍ଗନବାଡ଼ି ଯାଇଥିଲା। ଅଙ୍ଗନବାଡି ଦିଦି ସରସ୍ୱତୀ ଜେନା ବିନା କାରଣରେ ତାକୁ ମାଡ଼ ମାରିଥିବା ସହିତ ଠେଲି ଦେଇଥିଲେ। ଫଳରେ ଝିଅଟି ତଳେ ପଡ଼ି ଯାଇଥିଲା। ଯାହାଦ୍ୱାରା ଝିଅଟିର ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ମୁକୁନ୍ଦ ଖଇରା ଥାନାରେ ଅଭିଯୋଗ କରିବା ସହିତ ସିଡିପିଓଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏପରି ଅଭିଯୋଗକୁ ସିଡିପିଓ ନର୍ମଦା ଦେଓ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-“ଅଭିଯୋଗ ହେବା ପରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରିଥିଲି। ଝିଅକୁ ମାଡ଼ ହୋଇନାହିଁ ବୋଲି ସେମାନେ କହିଛନ୍ତି। ପିଲାମାନେ ଖେଳୁଥିବା ବେଳେ ଠେଲାଠେଲି ହୋଇଥିଲେ। ଫଳରେ ଝିଅଟି ପଡ଼ି ଯିବାରୁ ତା’ ହାତ ଭାଙ୍ଗି ଯାଇଥିଲା।”



from Odisha Reporter https://ift.tt/2TzuHA1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages