
ରାୟଗଡ଼ା (ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ତଥା ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନ ଆଜି ଦଳକୁ ଚେତାବନୀ ଦେଇଛନ୍ତି। ଦଳ ଟିକେଟ ନ ଦେଲେ ସ୍ୱାଧୀନ ଭାବେ ଲଢ଼ିବି। କିନ୍ତୁ କୌଣସି ପରିସ୍ଥିତିରେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବିନି ବୋଲି ଜାକବ କହିଛନ୍ତି।
ସେ କହିଛନ୍ତି-“ଗତ ନିର୍ବାଚନରେ ମୁଁ ବିପୁଳ ଭୋଟରେ ଜିତିଥିଲି। ଏଥର ମଧ୍ୟ ବହୁ ଭୋଟ୍ରେ ଜିତିବି। ଏହି ଭରସା ମୋର ଓ ପାର୍ଟିର ରହିଛି। ଏହାକୁ ଆଧାର କରି ଦଳ ମୋତେ ଟିକେଟ ଦେବ। ଦଳ ମୋତେ ଟିକେଟ ଦେବନି ବୋଲି ମୁଁ ଏପର୍ଯ୍ୟନ୍ତ ଚିନ୍ତା କରିନି। କିନ୍ତୁ ଟିକଟ ନମିଳିଲେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି। ମୁଁ ଲୋକଙ୍କ ସହିତ ଥିବାରୁ ନିର୍ବାଚନରେ ନିଶ୍ଚିତ ଜିତିବି। ଟିକେଟ ନେଇ ସଭାପତିଙ୍କ ସହିତ ଆଲୋଚନା କରିଛି। ଆସନ୍ତା କାଲି ୩ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିବି। କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବି।”
from Odisha Reporter https://ift.tt/2FATE6p
No comments:
Post a Comment