ଇଭିଏମ ଭିଭିପ୍ୟାଟ ପ୍ରସଙ୍ଗ: ସତ୍ୟପାଠ ଦାଖଲ କରିବ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଇଭିଏମ ଭିଭିପ୍ୟାଟ ପ୍ରସଙ୍ଗ: ସତ୍ୟପାଠ ଦାଖଲ କରିବ ନିର୍ବାଚନ କମିଶନ

supreme
ନୂଆଦିଲ୍ଲୀ: ଇଭିଏମ୍ ଓ ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ଦାବି କରି ମାର୍ଚ୍ଚ ୧୪ରେ ବିରୋଧୀ ଦଳ ଦାୟର କରିଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିଛନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ଉପ ମୁଖ୍ୟ ନିର୍ବାଚନ କମିଶନର ସୁଦୀପ ଜୈନ ପକ୍ଷ ରଖିଥିଲେ।
 
ନିର୍ବାଚନ କମିଶନଙ୍କୁ ଭିଭିପ୍ୟାଟ ସଂଖ୍ୟା କାହିଁକି ଅଧିକ ବଢ଼ାଇପାରିବ ନାହିଁ ବୋଲି ପ୍ରଶ୍ନ କରିଥିଲେ ପ୍ରଧାନ ବିଚାରପତି। ଏହାପରେ ନିର୍ବାଚନ ଅଧିକରୀ ସୁଦୀପ ଜୈନ କହିଥିଲେ, ଏହାର କୌଣସି ଆବଶ୍ୟକତା ନାହିଁ। ଏହା ପରେ କୋର୍ଟ କଡ଼ା ଭାଷାରେ ନିର୍ବାଚନ କମିଶନଙ୍କୁ ତାଗିଦ କରିଥିବା ଜଣାପଡ଼ିଛି। ଯଦି ନା, ତାହେଲେ କାହିଁକି କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କରୁଛ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। କୌଣସି ସଂସ୍ଥା ହେଉ ଅବା ନିଜେ ସୁପ୍ରିମକୋର୍ଟ, କୌଣସି ପରାମର୍ଶରୁ କେହି ଊର୍ଦ୍ଧ୍ଵରେ ନୁହେଁ ବୋଲି ନିର୍ବାଚନ ଅଧିକାରୀଙ୍କୁ ଜଷ୍ଟିସ ଗୋଗୋଇ କହିଥିଲେ।
 
ଏହାପରେ ତୁରନ୍ତ ଏ ବାବଦରେ ଆସନ୍ତା ଗୁରୁବାର (ମାର୍ଚ୍ଚ ୨୮) ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
 
ସୂଚନାଯୋଗ୍ୟ, ଇଏଭିଏମ ଓ ଭିଭିପ୍ୟାଟକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ୨୧ଟି ବିରୋଧୀ ଦଳ। ବିରୋଧୀ ଦଳ ଆବେଦନରେ ଦର୍ଶାଇଥିଲେ ଯେ ଇଭିଏମ୍ ଶାସକ ଦଳ ବିଜେପିକୁ ସୁହାଇଲା ଭଳି କରାଯାଇଛି। ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଓ ଭିଭିପ୍ୟାଟରେ ‘ଟିଙ୍କର ପ୍ରୁଫ’ ହୋଇଥିବାର ଷ୍ଟିକର ଲାଗିଥିବା ଦରକାର ବୋଲି ଦାବି କରିଥିଲେ। ଏଥିସହ ଭୋଟ ଗଣତି ପୂର୍ବରୁ ୫୦ ପ୍ରତିଶତ ଭିଭିପ୍ୟାଟ ସହ ଇଭିଏମ ଭୋଟକୁ ମିଳାଇବା ପାଇଁ ଦାବି କରିଥିଲେ। କଂଗ୍ରେସ ସମେତ ଟିଡିପି, ଏନସିପି, ବିଏସପି, ଏସପି ଓ ବାମ ଦଳ ଭଳି ୨୧ଟି ଦଳ ଏହି ଆବେଦନ କରିଥିଲେ।


from Odisha Reporter https://ift.tt/2FtplNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages