ଓଡିଏମ୍‌ ସ୍କୁଲରେ ଆଗରେ ଧାରଣା ଦେଲେ ଅଭିଭାବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଓଡିଏମ୍‌ ସ୍କୁଲରେ ଆଗରେ ଧାରଣା ଦେଲେ ଅଭିଭାବକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଫି’ ପୈଠ କରିନପାରିବାରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ବାହାର କରିଦେଇଛି ଭୁବନେଶ୍ୱର ଓଡିଏମ୍‌ ସ୍କୁଲ କର୍ତ୍ତୃପକ୍ଷ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏଠାରେ ଶିଶୁ ସୁରକ୍ଷା ଓ ଶିକ୍ଷା ଅଧିକାର ଆଇନ୍‌କୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛି ଓଡିଏମ୍‌ ଅଭିଭାବକ ସଂଘ। ପ୍ରତିବାଦ ସ୍ୱରୂପ ସ୍କୁଲ ମୁଖ୍ୟ ରାସ୍ତାରେ ଆମରଣ ଅନଶନ କରିଛନ୍ତି ଅଭିଭାବକ।

ଗତକାଲିଠାରୁ ଏହି ଆନ୍ଦୋଳନ ଚାଲିଛି। ଆଜି ଅନଶନ ସ୍ଥଳରେ ଅସୁସ୍ଥ ହୋଇପଡିଛନ୍ତି ଅଭିଭାବକ। ଏନେଇ ଜାତୀୟ ଶିଶୁ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ଅଭିଭାବକ ସଂଘ।

ରାଜ୍ୟ ଅଭିଭାବକ ସଂଘ କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ କହିଛନ୍ତି, “ଏହା ଶିକ୍ଷା ଅଧିକାର ଓ ଶିଶୁ ଅଧିକାର ଆଇନ୍‌ର ବିରୋଧାଚରଣ। ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କେହି ସ୍କୁଲରୁ ବାହାର ପରିପାରିବେ ନାହିଁ ବୋଲି ଆଇନ୍‌ ରହିଛି। ଘରୋଇ ସ୍କୁଲ ମଧ୍ୟ ଏହି ଆଇନ୍‌ ଭିତରେ ଆସୁଛି। ଯଦି ଏକ ଘରୋଇ ସ୍କୁଲରେ ପିଲା ଫି’ ଠିକ୍‌ ସମୟରେ ଦେଇନପାରେ, ତେବେ ସେ ଲେଟ୍‌ ଫି’ ଫାଇନ୍‌ ସହ ଦେଇପାରିବ।”

ଅଭିଭାବକ ପ୍ରଣତି ବସ୍ତିଆ କହିଛନ୍ତି, “ସେମାନେ ଚାହୁଁଛନ୍ତି, ଆମେ କିଛି ବି କହିବୁ ନି, ସ୍କୁଲ ଯାହା କହିବ ଆମେ ମାନି ନେବୁ। ଟଙ୍କା ହେଉ କି ଭଲ ଶିକ୍ଷା ହେଉ, ଅଥବା ସୁରକ୍ଷା କଥା ହେଉ, କୌଣସି ପ୍ରକାର ପ୍ରଶ୍ନ ଆମେ ପଚାରି ପାରିବୁନି। ବିନା ସର୍ତ୍ତରେ ଟିସି ପ୍ରତ୍ୟାହର କରି, ସମ୍ମାନର ସହ ପିଲାଙ୍କୁ ସ୍କୁଲ ଯିବାକୁ ଦେବେ। ଏହାସହ ଶିକ୍ଷୟିତ୍ରୀଙ୍କୁ ଅଭିଭାବକମାନେ ଖରାପ ବ୍ୟବହାର କରୁଥିବାର ଯେଉଁ ଅଭିଯୋଗ ଆଣିଛି ସ୍କୁଲ, ତାହାର ପ୍ରମାଣ ଦେବା ପରେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ।”

ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।



from Odisha Reporter https://ift.tt/2uaQLm1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages