ଡିଏମକେ ଇସ୍ତାହାର: ବିମୁଦ୍ରାକରଣ କ୍ଷତିଗ୍ରସ୍ତକୁ ମିଳିବ ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଡିଏମକେ ଇସ୍ତାହାର: ବିମୁଦ୍ରାକରଣ କ୍ଷତିଗ୍ରସ୍ତକୁ ମିଳିବ ସହାୟତା

ଚେନ୍ନାଇ: ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ କରିଥିବା ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜି ତା’ର ଇସ୍ତାହାର ଜାରି କରିଛି।

ଏଥିରେ ଦଳ କ୍ଷମତାକୁ ଆସିଲେ ଅନେକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ତେବେ ଏଥିରେ ଏକ ଅଜବ ପ୍ରତିଶ୍ରୁତି ରହିଛି। ୨୦୧୬ ନଭେମ୍ବର ୮ରେ ଦେଶରେ ଜାରି ହୋଇଥିବା ବିମୁଦ୍ରାକରଣ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ଡିଏମ୍‌କେ ପକ୍ଷରୁ ଆବଶ୍ୟକ ସହାୟତା ମିଳିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଦଳ ପକ୍ଷରୁ କୁହାଯାଇଛି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଜର୍ଭ ବ୍ୟାଙ୍କ ସହ କଥା ନ ହୋଇ ହଠାତ୍‌ ଦେଶରେ ପ୍ରଚଳିତ ୫୦୦ ଓ ହଜାରେ ଟଙ୍କିଆ ନୋଟ୍‌ ବନ୍ଦ କରିଦେଲେ। ଏହାଦ୍ୱାରା ଅନେକ ଲୋକ କ୍ଷତିଗ୍ରସ୍ତ ହେବା ସହ ବ୍ୟାଙ୍କରେ ଟଙ୍କା ପାଇଁ ଲାଇନ୍‌ ଲଗାଇଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଚାକିରି ମଧ୍ୟ ହରାଇଛନ୍ତି। ତେଣୁ ଏମାନଙ୍କୁ ଡିଏମକେ ସମସ୍ତ ପ୍ରକାରର ସହାୟତା ଓ କ୍ଷତି ପୂରଣ ଯୋଗାଇଦେବ।”

ଏହାବାଦ୍‌ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ପକ୍ଷରୁ କୃଷି ଋଣ ଛାଡ଼ ଓ ଚାଷୀଙ୍କ ଆୟ ଦୁଇଗୁଣ କରାଯିବ ବୋଲି କୁହାଯାଇଛି। ସେହିପରି ଟିକସ୍‌ ଛାଡ଼ ଆୟସୀମାକୁ ୫ରୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି, ମହିଳା ଦିବ୍ୟାଙ୍ଗଙ୍କ ସହାୟତା ରାଶିକୁ ୧୦ ଲକ୍ଷ କରିବା, ବିପିଏଲ୍‌ ତାଲିକାଭୁକ୍ତ ପରିବାରର ମହିଳାଙ୍କୁ ୫୦ ହଜାର ଟଙ୍କା, ସ୍କୁଲ ଓ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମାଗଣା ଟ୍ରେନ ସେବା, ମଦୁରାଇ, ତ୍ରିଚି ଓ କୋଏମ୍ୱାଟୁର ଭଳି ସହରରେ ମେଟ୍ରୋ ଟ୍ରେନ, ଘରୋଇ କମ୍ପାନୀରେ ୫୦ ଲକ୍ଷ ନିଯୁକ୍ତି ଏବଂ ଜିଏସ୍‌ଟିର ୨୮% ଟିକସ୍‌ ସ୍ଲାବକୁ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।



from Odisha Reporter https://ift.tt/2TWdeSs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages