
ନୂଆଦିଲ୍ଲୀ: କଂଗ୍ରେସ ଓ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି(ଆପ୍) ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଓ ତିକ୍ତତାକୁ ହଟାଇ ମେଣ୍ଟ ଗଢ଼ିବାର ରାସ୍ତା ତିଆରି କରିବା ପାଇଁ ଏନ୍ସିପି ମୁଖ୍ୟ ଶରଦ ପାୱାର ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି।
ଉଭୟ କଂଗ୍ରେସ ଓ ଆପ୍ ଦିଲ୍ଲୀରେ ମେଣ୍ଟ ନ କରି ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ହେଲେ ବିଜେପିକୁ ଫାଇଦା ଦେବ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ମତ ଦେଇଛନ୍ତି। ତେଣୁ ଏବେ ଶରଦ ପାୱାର ଆପ୍ ଓ କଂଗ୍ରେସକୁ ଏକାଠି କରିବାକୁ ପୂରା ଦମରେ ଲାଗିପଡ଼ିଛନ୍ତି। ଆପ୍ ପ୍ରଥମେ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହିଁଥିଲା।
କିନ୍ତୁ କଂଗ୍ରେସ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇ ନଥିଲା। ଶେଷରେ ଆପ୍ ୭ଟି ଲୋକସଭା ଆସନରୁ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହାପରେ କଂଗ୍ରେସ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା। ଏସବୁ ସତ୍ତ୍ୱେ ଉଭୟ ଦଳ ଭିତରେ ଭିତରେ ମେଣ୍ଟ ଗଢ଼ିବାର ଆଶା ଛାଡ଼ିନଥିଲେ।
ସୋମବାର ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦୀକ୍ଷିତ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଆପ୍ ସହ ମେଣ୍ଟ କଲେ ଦଳର କ୍ଷତି ହେବ ବୋଲି ଜଣାଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ସାମ୍ଭାବ୍ୟ ମେଣ୍ଟ ଉପରେ ଏକପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।
ଏହାପରେ ଆଜି ଆପ୍ ପକ୍ଷରୁ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ଯୋଗାଯୋଗ କରାଯାଇଥିଲା। ପ୍ରଥମେ ଆପ୍ ଦିଲ୍ଲୀରେ ଏନ୍ସିପି ସହ ମେଣ୍ଟ କରିବ ବୋଲି କୁହାଯାଉଥିଲା। କିନ୍ତୁ ଏନ୍ସିପି ନିଜ ଦଳ ପାଇଁ ନୁହେଁ, ବରଂ ଉଭୟ ଦଳ ମଧ୍ୟରେ ବୁଝାମଣା ଜରିଆରେ ଦିଲ୍ଲୀରେ ବିଜେପି ବିରୋଧୀ ମେଣ୍ଟ ଗଢ଼ିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।
from Odisha Reporter https://ift.tt/2Jmw2Gr
No comments:
Post a Comment