
ଜୟପୁର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲାର ଜୟପୁରରେ ନିର୍ବାଚନୀ ସଭା କରିଛନ୍ତି। ଚଳିତ ନିର୍ବାଚନରେ ଓଡ଼ିଶାରେ ଏହା ହେଉଛି ତାଙ୍କର ପ୍ରଥମ ନିର୍ବାଚନୀ ସଭା। ଏଥିରେ ସେ ନିଜ ସରକାରର ସଫଳତା ବଖାଣିବା ସହିତ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଥିରେ ସେ ଓଡ଼ିଶାରେ ସରକାର ବଦଳାଇବାକୁ ଆହ୍ୱାନ ଦେବା ସହିତ ତାଙ୍କ ସରକାରକୁ କେନ୍ଦ୍ରରେ ଆଉ ଥରେ କ୍ଷମତାସୀନ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି।
ଏହି ଅବସରରେ ସେ କ’ଣ କହିଥିଲେ ପଢ଼ନ୍ତୁ।
– ଚିଟଫଣ୍ଡ ଘୋଟାଲା କରିଥିବା ଲୋକ ଓଡ଼ିଶାର ବିକାଶ କରିପାରିବେ କି?
– ଆଦିବାସୀ ସଂପତ୍ତି ଲୁଟିଥିବା ଲୋକ ଓଡ଼ିଶାକୁ ମଜବୁତ କରିପାରିବେ କି ?
– ନାରୀ ହିଂସାରେ ନ୍ୟାୟ ଦେଇପାରୁନଥିବା ସରକାର ସୁରକ୍ଷା ଦେଇପାରିବ କି ? ଏଭଳି ସରକାର ମା, ଭଉଣୀଙ୍କୁ ସୁରକ୍ଷା ଦେଇପାରିବ କି ?
– କେବଳ ଏ ଚୌକିଦାର ହିଁ ସୁରକ୍ଷା ଦେଇପାରିବ। ଥରେ ଏ ଚୌକିଦାରକୁ ମୌକା ଦିଅନ୍ତୁ, ତା ପରେ ଦେଖିବେ। ଆପଣଙ୍କ ସୁଖ, ସୁରକ୍ଷା ପାଇଁ ଏ ଚୌକିଦାର ସର୍ବଦା ରହିଛି।
– ଓଡ଼ିଶାରେ ଯାହା ଅଛି, ସାରା ଦେଶରେ କେଉଁଠି ନାହିଁ। ଏଠି ପ୍ରାଚୀନ ମନ୍ଦିର ଅଛି, ସମୁଦ୍ର ତଟ ଅଛି, ଖଣିଜ ସଂପଦ ଅଛି। ପ୍ରାକୃତିକ ସଂପଦରେ ଓଡ଼ିଶା ଧନୀ, କିନ୍ତୁ ଏଠାକାର ଲୋକେ ଗରିବ। ଏଠାରେ ଶାସନ ଚଳାଇଥିବା ଲୋକ ଓଡ଼ିଶାକୁ ଗରିବ କରି ରଖି ଦେଇଛନ୍ତି।
– ଦଲାଲ ଫାଇଦା ନେଉଛି, ସାଧାରଣ ଲୋକ ମୁଣ୍ଡପିଟି କାନ୍ଦୁଛନ୍ତି। ଓଡ଼ିଶାରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ନେଇ ଯାହା ଚାଲିଛି, ତାହା ସମସ୍ତେ ଜାଣିଛନ୍ତି।
– ଓଡ଼ିଶାର ଗରିବ ଆଦିବାସୀ ପରିବାରଗୁଡ଼ିକୁ ସ୍ୱାସ୍ଥ୍ୟ ସୁବିଧା ମିଳୁନି। ଏହାର କାରଣ ଏଠାରେ ବିଜେପି ସରକାର ନାହିଁ।
– ବିକାଶର ଡବଲ ଇଂଜିନ ବିଜେପି ସରକାର ଆସିବା ଦରକାର। ଏଠାକାର ଆଦିବାସୀ, କୃଷକ ଆଗକୁ ବଢ଼ିଲେ ବିକାଶ ହେବ। ଉଭୟ କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର ହେଲେ ବିକାଶ ହେବ।
– ଓଡ଼ିଶା ଓ ଭାରତକୁ ମଜବୁତ ସରକାର ନା ଦୁର୍ବଳ ସରକାର ଦରକାର? ଆପଣଙ୍କ ଭରସା ଭାଙ୍ଗିଥିବା ବିଜେଡିକୁ ସଜା ଦିଆଯିବା ଦରକାର।
– ଆପଣମାନେ ସମର୍ଥନ ଦେଇନଥିଲେ ମୁଁ ଏ କାମ କରିପାରି ନଥାନ୍ତି। ମୋ ସରକାରର ୫ ବର୍ଷର ସଫଳତାର ଶ୍ରେୟ ଦେଶବାସୀଙ୍କର। ସମାଜର ସବୁ ବର୍ଗଙ୍କ ଉନ୍ନତି ପାଇଁ ପ୍ରୟାସ କରିଆସିଛି।
– ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ କାର୍ଯ୍ୟ କରାଯାଇଛି। ରେଳବାଇ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ କାର୍ଯ୍ୟ କରାଯାଇଛି।
– ୨ ଦିନ ତଳେ ଓଡ଼ିଶା ଏକ ଐତିହାସିକ ସଫଳତାର ମୂକସାକ୍ଷୀ ହୋଇଛି। ଭାରତ ଅନ୍ତରୀକ୍ଷରେ ବି ଚୌକିଦାରୀ କରିବାକୁ ସକ୍ଷମ ହୋଇଛି। ଏଥିପାଇଁ ସାରା ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି। ଏହାକୁ ସମାଲୋଚନା କରୁଥିବା ଲୋକଙ୍କୁ ବି ଦେଶବାସୀ ଦେଖୁଛନ୍ତି।
– ସେନାକୁ ଅପମାନ କରୁଥିବା ଲୋକଙ୍କୁ ଶାସ୍ତି ଦିଆଯିବା ଦରକାର। ସେନା ଯେତେବେଳେ ବଡ଼ ସଫଳତା ପାଉଛି, ସେମାନେ ପ୍ରମାଣ ଖୋଜୁଛନ୍ତି। ୧ ମାସ ହୋଇଗଲା ପାକିସ୍ତାନ ଶବ ଗଣୁଛି, ଇଏ ପ୍ରମାଣ ମାଗୁଛନ୍ତି।
from Odisha Reporter https://ift.tt/2U1Z4jw
No comments:
Post a Comment