ବିଜେପି ୩୦୦+ ଆସନ ଜିତିବ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ବିଜେପି ୩୦୦+ ଆସନ ଜିତିବ: ମୋଦି

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ଯାୟ ଭୋଟ ଏପ୍ରିଲ ୧୧ରେ ହେବାକୁ ଯାଉଥିବା ବେଳେ ନିର୍ବାଚନ ପୁର୍ବରୁ ପ୍ରଥମ ଥର ପାଇଁ ଜାତୀୟ ଗଣମାଧ୍ୟମ ’ରିପବ୍ଲିକ ଭାରତ’କୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ମହାଗଠବନ୍ଧନ, ଏୟାର ଷ୍ଟ୍ରାଇକ, କଂଗ୍ରେସର ନୟା ଯୋଜନା, ମିଶନ ଶକ୍ତି ଆଦି ପ୍ରସଙ୍ଗ ବାବଦରେ ନିଜର ମତ ରଖିଛନ୍ତି। ୨୦୧୪ ତୁଳନାରେ ଚଳିତଥର ୨୦୧୯ରେ ବିଜେପି ଅଧିକ ଆସନ ଜିତିବ ଓ ଏହା ୩୦୦+ ହେବ ବୋଲି ସେ କହିଛନ୍ତି।
୨୦୦୪ ଭଳି ଚଳିତଥର ନିର୍ବାଚନରେ ଦେଶବାସୀ ମନବଦଳାଇବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶା ରଖିଥବା ବେଳେ ଚଳିତ ନିର୍ବାଚନରେ ମଧ୍ୟ  ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗଢ଼ିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥସହ ରାହୁଲ ଗାନ୍ଧିଙ୍କ  ବିବାଦୀୟ ପ୍ରସଙ୍ଗକୁ କଟାକ୍ଷ କରି କହିଛନ୍ତି, ଟିଭିରେ ବିବାଦୀୟ ବୟାନ ଟିଆରପି ଦେଇପାରେ କିନ୍ତୁ ସରକାର ଗଢ଼ିବା ପାଇଁ ନୁହେଁ ବୋଲି କହିଛନ୍ତି।

ନିକଟରେ କଂଗ୍ରେସ ଘୋଷଣା କରିଥିବା ‘ନ୍ୟାୟ’ ଯୋଜନା ବାବଦରେ କହିଛନ୍ତି ଦେଶ ସ୍ବାଧୀନ ହେବା ପାଖରୁ ୫୫ ବର୍ଷ କଂଗ୍ରେସ ଦେଶକୁ ଶାସନ କରିଛି। ପଣ୍ଡିତ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଯେଉଁକଥା କହୁଥିଲେ ରାହୁଲ ଗାନ୍ଧି ମଧ୍ୟ  ସମାନ କଥା କହୁଛନ୍ତି, କଂଗ୍ରେସ ସରକାରକୁ ଆସିଲେ ଗରିଵୀ ହଟିବ। ତେଣୁ ତାଙ୍କ ସରକାରରେ ଦେଶର ଉପଲବ୍ଧି କଣ ସେ ହିଁ ବୁଝିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୋଟିଏ ପରିବାରରୁ ଏତେ ଜଣ ପ୍ରଧାନମନ୍ତ୍ରୀ ହେବା ପରିବାରବାଦ ଛାଡ଼ା ଆଉ କିଛି ନୁହେଁ, ଦେଶର ନେତୃତ୍ବ ଗୋଟିଏ ପରିବାର ନେଇ ପାରିବ ନାହିଁ ବୋଲି କହି ପରିବାରବାଦ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି।

ସେହିପରି ମହାଗଠବନ୍ଧନକୁ ମହାଅପମିଶ୍ରଣ ବୋଲି କହିଛନ୍ତି ମୋଦି। ନିଜ ସ୍ବାର୍ଥ ଓ ପରିବାରକୁ ଆଗକୁ ନେବା ପାଇଁ ପରସ୍ପର ବିରୋଧୀ ଏବେ ପରସ୍ପରର ବନ୍ଧୁ ହୋଇଛନ୍ତି। ଯେଉଁମାନଙ୍କ ସ୍ବାର୍ଥ ଦେଶ ନୁହଁ, ପରିବାରର ବୋଲି କହି ଟିଡ଼ିପି, ଜେଡିଏସ, ଟିଆରଏସ, ଆରଜେଡ଼ି ଦଳକୁ ତୀର ମାରିଛନ୍ତି।

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ସେନା ପ୍ରଥମେ ନିଜେ ସ୍ବୀକାର କରୁଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ନିଜ ଦୋଷ ଲୁଚାଇବାକୁ ଯାଇ ଆଳ ଦେଖାଉଛି । ସେହିପରି ବିରୋଧୀ ଦଳ ମଧ୍ୟ ପାକିସ୍ତାନ କଥାରେ ସହମତି ପ୍ରକାଶ କରିବା ଘଟଣାକୁ ନେଇ ସାକ୍ଷାତକାରରେ  ପ୍ରଶ୍ନ ଉଠାଇଛନ୍ତି।
ସେହିପରି ‘ଚୌକିଦାର’ ପ୍ରସଙ୍ଗରେ ସେ କହିଛନ୍ତି, କଂଗ୍ରେସ ଯେଉଁଭଳି ଚୌକିଦାର ନାରାକୁ କଟାକ୍ଷ କରିବାକୁ ଚାହିଁଲା, ମୁଁ ସେହି ପ୍ରସଙ୍ଗରେ ମୋର ଶୈଳୀରେ ପ୍ରତିକ୍ରିୟା ରଖିଛି । ଯାହାକି ଦେଶର ଏବେ ଟ୍ରେଣ୍ଡ ପାଲଟିଯାଇଛି ବୋଲି କହିଛନ୍ତି।


from Odisha Reporter https://ift.tt/2V4jvJ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages