ବିଜେପିରେ ମିଶିଲେ ଅର୍ଜୁନ ସେଠୀ, ମୋହନ ଜେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବିଜେପିରେ ମିଶିଲେ ଅର୍ଜୁନ ସେଠୀ, ମୋହନ ଜେନା

bjp1

ଭୁବନେଶ୍ୱର (ଓଡ଼ିଶାର ରିପୋର୍ଟର): ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ। ପୁଅକୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଆଜି ସକାଳେ ବିଜେଡି ଛାଡ଼ିଥିବା ଅର୍ଜୁନ ଅପରାହ୍ଣରେ ବିଜେପିରେ ମିଶିଛନ୍ତି। ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି।

ଅର୍ଜୁନଙ୍କ ସହିତ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସେ ବି ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ।

ଏ ଦୁଇ ନେତାଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଅର୍ଜୁନ ସେଠୀ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ,“ ଗତ କିଛି ମାସ ମଧ୍ୟରେ ମୁଁ ଆପଣଙ୍କୁ ବାରମ୍ବାର ଭେଟିଥିଲି। ୟା ଭିତରେ ଆପଣ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ ମୋ ପୁଅକୁ ଭଦ୍ରକ ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯିବ। କିନ୍ତୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା।”

ସେ ଆହୁରି ଲେଖିଥିଲେ,“ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଯାଇଥିଲି। ଆପଣଙ୍କୁ ଭେଟିବାକୁ ନବୀନ ନିବାସରେ ମୁଁ ୪ ଘଣ୍ଟା ଧରି ଅପେକ୍ଷା କରିଥିଲି। ଏହା ସତ୍ତ୍ୱେ ଆପଣଙ୍କ ପାୱାର କରିଡର ମୋତେ ଆପଣଙ୍କ ସହିତ ଭେଟିବାକୁ ସୁଯୋଗ ଦେଇ ନଥିଲା। ଏ ବୟସରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ମୋ ପାଇଁ ଗ୍ରହଣୀୟ ନଥିଲା। ମୁଁ ଅନୁଭବ କଲି ବିଜେଡି ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲି ଯାଇଛି।”

ସେ ଲେଖିଥିଲେ,“ବିଜେଡି ଓ ଆପଣ ନିଜେ ଏହା ସ୍ପଷ୍ଟ କରି ଦେଲେ ଯେ ଦଳରେ ଆଉ ମୋର କିଛି ଆବଶ୍ୟକତା ନାହିଁ। ଏ ବୟସରେ ଏହା ମୋ ପାଇଁ ବଡ଼ ଝଟକା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଇସ୍ତଫା ଦେଉଛି।”

ସୂଚନାଯୋଗ୍ୟ, ଅର୍ଜୁନ ସେଠୀ ୫ ଥର ବିଜେଡି ଟିକେଟ୍ରେ ଲୋକସଭାକୁ ଯାଇଥିବା ବେଳେ ଥରେ ଜନତା ଦଳ ଓ ଦୁଇ ଥର କଂଗ୍ରେସ ଟିକେଟ୍ରେ ଯାଇଥିଲେ। ସବୁଥର ସେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

ଅନ୍ୟପକ୍ଷରେ ଦୁଇ ଦିନ ତଳେ ବିଜେଡି ଛାଡ଼ିଥିବା ମୋହନ ଜେନା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ଯେ ବିଜେଡି ଏବେ ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ପରିଣତ ହୋଇଯାଇଛି। ଜଣେ ଆଇଏଏସ୍ ଅଫିସର ଓ ତାଙ୍କର ୪/୫ଜଣ ବୋଲକରା କ୍ଷମତାକୁ କରାୟତ କରିଛନ୍ତି। ଦଳକୁ ଏକ ଗୋପନୀୟ ଦଲିଲରେ ପରିଣତ କରାଯାଇଛି।

ସୂଚନାଯୋଗ୍ୟ, ମୋହନ ଜେନା ବିଜେଡି ଟିକେଟ୍ରେ ଦୁଇ ଥର ଯାଜପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ରେ ସେ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ତେବେ ୨୦୧୪ରେ ଦଳ ରୀତା ତରାଇଙ୍କୁ ଟିକେଟ୍ ଦେଇଥିଲା। ସେହିପରି ଦଳ ଏଥର ଶର୍ମିଷ୍ଠା ସେଠୀଙ୍କୁ ଟିକେଟ୍ ଦେଇଛି।



from Odisha Reporter https://ift.tt/2FKaqjf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages