ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେବେ ଶର୍ମିଷ୍ଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେବେ ଶର୍ମିଷ୍ଠା

ଯାଜପୁର (ଗୁଲାମ ଗସ୍‌): ଏପ୍ରିଲ ୧୧ରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଓଡ଼ିଶାର ବିଭିନ୍ନ ବିଧାନସଭା ଓ ଲୋକସଭା ଆସନ ପାଇଁ ଏଥର ନିର୍ବାଚନରେ ସାମିଲ ହୋଇଛନ୍ତି ଅନେକ ନୂଆମୁହଁ। ଏହି ନୂଆମୁହଁ ମଧ୍ୟରେ ଅଛନ୍ତି ଜଣେ ମହିଳା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ। ଯାଜପୁର ଲୋକସଭା ଆସନରୁ ଏମ.ପି. ପ୍ରାର୍ଥୀ ଭାବେ ତାଙ୍କୁ ଟିକଟ ଦେଇଛି ବିଜେଡି। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀରୁ ଡେଇଁଛନ୍ତି ରାଜନୀତିକୁ।

ଉପକୂଳ ଓଡ଼ିଶାରେ ବିଜେଡିର ଗଡ଼ ଭାବେ ପରିଚିତ ଯାଜପୁର। ଯାଜପୁର ଲୋକସଭା ଆସନଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ । ଏହି ଲୋକସଭା ଆସନ ପାଇଁ ବିଜେଡି ଏଥର ନୂଆ ମୂହଁ ଶର୍ମିଷ୍ଠାଙ୍କୁ ସାମ୍ନାକୁ ଆଣିଛି। ରାଜ୍ୟ ଅର୍ଥ ବିଭାଗର ଉପ-ସଚିବ ଭାବେ କାର୍ଯ୍ୟ କରୁଥିଲେ ଶର୍ମିଷ୍ଠା। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ପରାକାଷ୍ଠା ସମସ୍ତେ ଜାଣନ୍ତି। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଟିକଟ ପାଇବା ପରେ ଶର୍ମିଷ୍ଠା ଚାକିରିରୁ ସ୍ୱେଚ୍ଛାକୃତ  ଅବସର ନେଇ ରାଜନୀତିରେ ସାମିଲ ହୋଇଛନ୍ତି।

କଟକ ରାଣୀହାଟର ଝିଅ ଶର୍ମିଷ୍ଠା ବିବାହ କରିଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସାମନ୍ତରା ପୁର ଗ୍ରାମରେ । ସ୍ୱାମୀ ରବୀନ୍ଦ୍ର ସେଠୀ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ। ଶର୍ମିଷ୍ଠା ରାଜନୀତି ବିଜ୍ଞାନରେ ଏମ.ଫିଲ୍‌ ଡିଗ୍ରୀ ହାସଲ କିରବା ପରେ ୧୯୯୯ରେ ପାଇଥିଲେ ଓଏଏସ୍‌।
ଶର୍ମିଷ୍ଠା କହନ୍ତି, ନବୀନ ପଟ୍ଟନାୟକଙ୍କ ଆଦର୍ଶ, ନିର୍ମଳ ଭାବମୂର୍ତ୍ତି, ସ୍ୱଚ୍ଛ ଶାସନ ଏବଂ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ  ପ୍ରତିବଦ୍ଧତା ତାଙ୍କୁ ରାଜୀନତିରେ ମିଶିବା ପାଇଁ ଅନୁପ୍ରାଣିତ କରିଛି। ତେଣୁ ପ୍ରଶାସନିକ ଅଧିକାରୀ ପଦବୀ ଛାଡି ହୋଇ ସେ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି।
ପ୍ରଶାସନିକ ଅଧିକାରିଣୀ ଥିବା ସମୟରେ ସେ ବିଭିନ୍ନ ଦାୟିତ୍ୱ ଦକ୍ଷତାର ସହ ସମ୍ପନ୍ନ କରିଛନ୍ତି। ସରକାରୀ ଚାକିରୀରେ ସମାଜ ସେବାର ସୁଯୋଗ ଅଛି । ସେ ମଧ୍ୟ ତାହାର ଉପଯୋଗ କରିଛନ୍ତି। ତେବେ ରାଜନୀତି ଜନସେବା କରିବାର ଏକ ପ୍ରକୃଷ୍ଠ ମାଧ୍ୟମ ଆଉ ସେଥିପାଇଁ ସେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଛନ୍ତି ବୋଲି କହନ୍ତି।

ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ପାଇଁ କରିଥିବା ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସେ ବହୁତ ପ୍ରଶଂସା କରିଛନ୍ତି। ଏହା ତାଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ଏହି ଆଧାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଚୟନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।
ଲୋକସଭାକୁ ମନୋନୀତ ହେଲେ, ମହିଳାମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ପ୍ରତି ସେ ଗୁରୁତ୍ୱ ଦେବେ। ଏହାଛଡ଼ା ଗ୍ରାମାଞ୍ଚଳ ଲୋକଙ୍କ ମୌଳିକ ସମସ୍ୟାକୁ ଦୂର କରିବା ସହ ନିଯୁକ୍ତି ସଂଖ୍ୟା ବୃଦ୍ଧିକୁ ମଧ୍ୟ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି।



from Odisha Reporter https://ift.tt/2OHcKuB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages