କଂଗ୍ରେସରେ ମିଶିଲେ ଉର୍ମିଲା, ମୁମ୍ବାଇରୁ ହେବେ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

କଂଗ୍ରେସରେ ମିଶିଲେ ଉର୍ମିଲା, ମୁମ୍ବାଇରୁ ହେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଆଜି ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର କଂଗ୍ରେସରେ ସାମିଲ ହୋଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବାସଭବନରେ ବୈଠକ କରିବା ପରେ ବିଧିବଦ୍ଧ ଭାବେ ହାତ ଦଳରେ ସାମିଲ ହୋଇଛନ୍ତି।

ଏ ସଂକ୍ରାନ୍ତରେ କଂଗ୍ରେସ ପକ୍ଷରୁ ଉର୍ମିଲା ଓ ରାହୁଲଙ୍କ ଏକ ଫଟୋକୁ ଟ୍ୱିଟରରେ ପୋଷ୍ଟ କରାଯାଇଛି। ଉର୍ମିଲା ଆଜି କଂଗ୍ରେସରେ ସାମିଲ ହୋଇଥିବା ବେଳେ ତାଙ୍କୁ ଦଳ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିବାକୁ ମାନସମନ୍ଥନ କରୁଥିବା ଜଣାପଡ଼ିଛି।

୪୫ ବର୍ଷୀୟ ଉର୍ମିଲା କହିଛନ୍ତି, “କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଆଜି ସକ୍ରିୟ ରାଜନୀତିରେ ପ୍ରବେଶ କରିଛି। ମୁଁ ନିର୍ବାଚନକୁ ଦୃଷ୍ଟିରେ ରଖି କୌଣସି ପ୍ରକାରରେ କଂଗ୍ରେସରେ ସାମିଲ ହୋଇନାହିଁ। ମୁଁ ଏଠାରେ ରହିବାକୁ ଆସିଛି। ମୋ ପରିବାରର ସଦସ୍ୟମାନେ ମହାତ୍ମା ଗାନ୍ଧି, ଜବାହରଲାଲ ନେହରୁ ଓ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ। ଏବେ ସାମଜସେବା କରିବାକୁ ମୁଁ ଏଠାକୁ ଆସିଛି।”



from Odisha Reporter https://ift.tt/2TZaZ1n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages