
ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ଯରେ ସୀମା ବିବାଦ ଓ ଜାତିସଂଘରେ ଆତଙ୍କବାଦକୁ ନେଇ ମୁହାଁମୁହିଁ ପରିସ୍ଥିତି ଚାଲିଛି। ଏଭଳି ସ୍ଥଳେ ଦେଶର ସର୍ବବୃହତ ବ୍ଯାଙ୍କ ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ ଏବଂ ଚାଇନାର ସର୍ବବୃହତ ବ୍ଯାଙ୍କ ବ୍ଯାଙ୍କ ଅଫ୍ ଚାଇନା ମଧ୍ଯରେ ଚୁକ୍ତି ହୋଇଛି। ବ୍ଯବସାୟିକ ଦୃଷ୍ଟିକୋଣରୁ ଏହା ଆଗକୁ ଉଭୟ ଦେଶକୁ ଫାଇଦା ଦେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ଯ ବିଶ୍ବର ତୃତୀୟ ବଡ଼ ବ୍ଯାଙ୍କ ଚାଇନାର ବ୍ଯାଙ୍କ ଅଫ ଚାଇନା। ଏହାଦ୍ବାରା ଉଭୟ ଦେଶର ଗ୍ରାହକ ଫାଇଦା ପାଇପାରିବେ ବୋଲି ଜଣାପଡ଼ିଛି।
ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଚାଇନାରେ ସାନଘାଇରେ ଏକ ଶାଖା ଖୋଲିଥିବାବେଳେ ମୁମ୍ବାଇରେ ବ୍ଯାଙ୍କ ଅଫ୍ ଚାଇନା ଏକ ଶାଖା ଖୋଲିବ ବୋଲି ଜଣାପଡ଼ିଛି।
ବିଶ୍ବ ଅର୍ଥନୀତିରେ ଦୁଇ ଦେଶ ଭାରତ ଓ ଚାଇନା ଆଗକୁ ବଢ଼ୁଛନ୍ତି। ଏଭଳି ସ୍ଥଳେ ଦୁଇ ଦେଶର ପ୍ରମୁଖ ବ୍ଯାଙ୍କ ମଧ୍ଯରେ ବ୍ଯବସାୟିକ ଚୁକ୍ତି ହେବା ଭଲ ବୋଲି ଅର୍ଥନୀତି ପଣ୍ଡିତମାନେ ଆକଳନ କରିଛନ୍ତି। ଆଗକୁ ଏହି ଦୁଇ ବ୍ଯାଙ୍କର ସେବାକୁ ପରସ୍ପର ଫାଇଦା ନେଇ ପାରିବେ ବୋଲି ଜଣାପଡ଼ିଛି। ଏ ନେଇ ଏସବିଆଇ ଚେୟାରମ୍ଯାନ ରଜନୀଶ କୁମାର କହିଛନ୍ତି।
ବ୍ଯାଙ୍କ ଅଫ୍ ଚାଇନାର ଅଧ୍ଯକ୍ଷ ଚେନ ସିକିଙ୍ଗ ମଧ୍ଯ ଏହି ଚୁକ୍ତିକୁ ସ୍ବାଗତ କରିଛନ୍ତି। ବିଶ୍ବ ଅର୍ଥନୀତିରେ ଭାରତ ଦୃତଗତିରେ ଆଗକୁ ବଢୁଛି ଏଭଳି ସ୍ଥଳରେ ଉଭୟ ଦେଶର ପ୍ରମୁଖ ବ୍ଯାଙ୍କ ମଧ୍ଯରେ ଚୁକ୍ତି ଦୁଇ ଦେଶକୁ ଆଗକୁ ନେବ ବୋଲି ସେ କହିଛନ୍ତି।
ଭାରତରେ ଏବେ ବ୍ଯାଙ୍କ ଅଫ୍ ଚାଇନା ଖୋଲିଲେ ବିଦେଶୀ ବ୍ଯାଙ୍କ ସଂଖ୍ଯା ୪୬ ହେବ। ଏହା ପୂର୍ବରୁ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ଯାଙ୍କ ଅଫ୍ ଚାଇନା ଚଳିତ ବର୍ଷ ଜାନୁଆରୀରେ ଭାରତରେ ତାର ଶାଖା ଖୋଲି ବ୍ଯବସାୟ କରିବା ଆରମ୍ଭ କରିଛି। ସେହିଭଳି ବ୍ରିଟେନର ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ଯାଙ୍କ ଭାରତରେ ୧୦୦ଟି ଶାଖା ଖୋଲିଛି। ଯାହାକି ବିଦେଶୀ ବ୍ଯାଙ୍କ ଭାବରେ ସବୁଠୁ ଅଧିକ।
ତେବେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ପି.କେ ଚକ୍ରବର୍ତ୍ତି କହିଛନ୍ତି ବ୍ଯାଙ୍କ ଅଫ୍ ଚାଇନା ଭାରତରେ ଖୋଲିବା ଚିନ୍ତାର ବିଷୟ। କାରଣ ବିଭିନ୍ନ କ୍ଷେତ୍ରରେ ଚାଇନା ପୂର୍ବରୁ ବ୍ଯବସାୟ କରିଛି। ଭାରତରେ ସଫଳ ହେବା ସହ ଲିଡର ଭାବେ ମଧ୍ଯ ଛିଡା ହୋଇଛି। ବିଶେଷକରି ଚାଇନା ବ୍ଯବସାୟ ତରିକା ସମସ୍ତଙ୍କଠୁ ଅଲଗା ତେଣୁ ଆଗାମୀ ଦିନରେ ଅନ୍ଯ ବ୍ଯବସାୟ ପରି ବ୍ଯାଙ୍କ ସେବାରେ ନିଜର ଯୋଜନା କରେ ତାହେଲେ ଉଭୟ ଭାରତର ଅର୍ଥନୀତି ଓ ବ୍ଯାଙ୍କ ସେବା ପାଇଁ ଚିନ୍ତାଜନକ ହୋଇପାରେ। ଏବେବି ଭାରତୀୟ ବ୍ଯାଙ୍କ ବିଶ୍ବର ଅନ୍ଯ ବ୍ଯାଙ୍କ ତୁଳନାରେ ସେବା ଯୋଗାଇବାରେ ସେତେଟା ଭଲ ନୁହଁ ବୋଲି ସେ କହିଛନ୍ତି।
ଆଧୁନିକୀକରଣ, ବୈଷୟିକ ଜ୍ଞାନ ଏବଂ ପାଦେ ଆଗରେ ଚାଲିବା ରଣନୀତିରେ ଚୀନ ସାରା ଦୁନିଆରେ ସବୁବେଳେ ଆଗରେ ରହିଛି। ତେଣୁ ଭାରତରେ ବ୍ଯାଙ୍କିଙ୍ଗ ସେବା ଯୋଗାଥିବା ଅନ୍ଯ ବ୍ଯାଙ୍କ କମ୍ପାନୀ ମାନଙ୍କ ପାଇଁ ଆଗାମୀ ଦିନରେ ଚ୍ଯାଲେଂଜ ରହିବ ବୋଲି ଆକଳନ କରିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ପି.କେ ଚକ୍ରବର୍ତ୍ତି।
from Odisha Reporter https://ift.tt/2WfsLKJ
No comments:
Post a Comment