କଂଗ୍ରେସରୁ ଲଢ଼ିବେ ଶତୃଘ୍ନ ସିହ୍ନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

କଂଗ୍ରେସରୁ ଲଢ଼ିବେ ଶତୃଘ୍ନ ସିହ୍ନା!

ନୂଆଦିଲ୍ଲୀ: ବିଜେପିର ‘ଇନ୍‌ ହାଉସ୍‌’ ସମାଲୋଚକ ତଥା ଅଭିନେତା ଶତୃଘ୍ନ ସିହ୍ନା ଆସନ୍ତା ସାଧାରଣ ନିର୍ବାଚନ କଂଗ୍ରେସ ଟିକେଟ୍‌ରୁ ଲଢ଼ିବେ ବୋଲି ଜଣାପଡ଼ିଛି। ସେ ୨୦୧୪ରେ ବିଜେପି ଟିକେଟ୍‌ରୁ ବିହାରର ପାଟଣା ସାହିବରୁ ଜିତିଥିଲେ। କିନ୍ତୁ ସେ ସର୍ବଦା ଦଳରେ ରହି ବିଜେପିକୁ ସମାଲୋଚନା କରି ଆସୁଛନ୍ତି।

ବିଶେଷ କରି ଶ୍ରୀ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ନେଉନାହିଁ କିମ୍ବା ଶତୃଘ୍ନ ମଧ୍ୟ ଦଳ ଛାଡ଼ୁନାହାନ୍ତି। ତେଣୁ ଏଥର ଦଳ ତାଙ୍କୁ ପାଟଣା ସାହିବରୁ ପ୍ରାର୍ଥୀ କରିବ ନାହିଁ ବୋଲି ଜଣାପଡ଼ିଛି।

ଶତୃଘ୍ନଙ୍କ ବଦଳରେ ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିବ। ତଥାପି ଆଜି ଶତୃଘ୍ନ ଦଳ ବିରୋଧରେ ମତ ଦେବା ସହ ସେ ନିଶ୍ଚିତ ଭାବେ ୨୦୧୯ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଆସନ୍ତା ନିର୍ବାଚନରେ ପାଟଣା ସାହିବରୁ ହିଁ ପ୍ରାର୍ଥୀ ହେବି। ଏଥିସହ ଏକାଧିକ ଟ୍ୱିଟ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ତୀବ୍ର ସମାଲୋଚନା କରିଛନ୍ତି।

ଏହାପୂର୍ବରୁ ବିରୋଧୀଙ୍କ ପକ୍ଷରୁ ବିଜେପି ବିରୋଧରେ ହେଉଥିବା ଏକାଧିକ ରାଲିରେ ମଧ୍ୟ ଶତୃଘ୍ନ ଯୋଗଦେବାର ନଜିର ରହିଛି। ତେଣୁ ଏବେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଆଉ କିଛି ରିପୋର୍ଟରେ ସେ ଆରଜେଡିରେ ମିଶିବେ ବୋଲି କୁହାଯାଇଛି।



from Odisha Reporter https://ift.tt/2Yc05DZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages