ବିଜେଡିକୁ ଡେଇଁବେ ଦିଲ୍ଲୀପ ଓ ତାରା, ବିଜେପି ମୁହାଁ ହେବେ ଦାମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବିଜେଡିକୁ ଡେଇଁବେ ଦିଲ୍ଲୀପ ଓ ତାରା, ବିଜେପି ମୁହାଁ ହେବେ ଦାମ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତିକ ଉଷ୍ମତା ଅନୁଭୂତ ହେଉଥିବାବେଳେ ରାଜ୍ୟର ଦୁଇ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଓ ଦିଲ୍ଲୀପ ରାୟଙ୍କ ଭୂମିକାକୁ ନେଇ ଗତ କିଛିମାସ ଧରି ଅନିଶ୍ଚିତତା ଲାଗି ରହିଛି। ତେବେ ଏହି ଦୁଇ ନେତା ଖୁବଶୀଘ୍ର ଦୁଇଟି ଭିନ୍ନ ଭିନ୍ନ ରାଜନୀତିକ ଦଳରେ ସାମିଲ ହେଉଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ଟିକେଟରେ ରାଜ୍ୟସଭା ପାଇଁ ଲଢ଼ି ପରାଜିତ ହୋଇଥିବା ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ବିଜେଡି ଟିକେଟରେ ଆଗାମୀ ନିର୍ବାଚନରେ ଲଢ଼ିବାକୁ ସଜବାଜ ହେଉଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୮ ସେପ୍ଟେମ୍ବର ୧୨ତାରିଖରେ ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ବିଜେଡିରୁ ବହିଷ୍କୃତ ହେବାପରେ ବିଭିନ୍ନ ଫୋରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଚର୍ଚ୍ଚାରେ ରହିଥିବା ଡାକ୍ତର ରାଉତ ନିଜେ ନୂଆ ଦଳ ଗଠନ କରିବା ପ୍ରୟାସରେ ଫେଲ୍ ମାରିବାପରେ କଂଗ୍ରେସ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଗାମୀ ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲେ। କିନ୍ତୁ କଂଗ୍ରେସ ଏଥିପାଇଁ ପ୍ରଥମେ ଦଳରେ ମିଶିବା ପାଇଁ ସର୍ତ୍ତ ରଖିବାରୁ ଡାକ୍ତର ରାଉତ ଏବେ ବିଜେପି ମୁହାଁ ହୋଇଛନ୍ତି। ବିଜେପିର ଦୁଇଜଣ ବରିଷ୍ଠ ନେତା ତାଙ୍କ ସହ ଏନେଇ ଯୋଗସୂତ୍ର ସ୍ଥାପନ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ପାରାଦୀପରେ ବିଜେପିର ସଂଗଠନ ସେତେ ସୁଦୃଢ଼ ନୁହେଁ। କିନ୍ତୁ ସେଠାରେ ଥିବା ବିଜେପିର ସମର୍ଥକ ଓ ନେତାମାନେ ଡାକ୍ତର ରାଉତଙ୍କୁ ନିଜର ନେତା ମାନି ନେବାରେ ସମସ୍ୟା ହେବନି। ଡାକ୍ତର ରାଉତଙ୍କ ମାଧ୍ୟମରେ ବିଜେପି ମଧ୍ୟ ଜଗତସିଂହପୁର ଜିଲ୍ଲାରେ ନିଜର ପ୍ରଭାବ ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରିଛି। ସେହିପରି ଦାମବାବୁଙ୍କ ପକେଟ ଭୋଟ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା ବୈଜୟନ୍ତଙ୍କ ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୀକରଣକୁ ଦୃଷ୍ଟିରେ ରଖି ଡାକ୍ତର ରାଉତ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା।

ସେହିପରି ୨୦୧୮ ନଭେମ୍ବର ୩୦ତାରିଖରେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବିଧାୟକ ଦିଲ୍ଲୀପ ରାୟ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି। ଶ୍ରୀ ରାୟ ଏବେ ରାଜ୍ୟ ବାହାରେ ଅଛନ୍ତି। ସେ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ଯଦି ସବୁକିଛି ଠିକଠାକ୍ ରୁହେ ତା’ହେଲେ ଶ୍ରୀ ରାୟଙ୍କର ବିଜେଡିକୁ ଘରବାହୁଡ଼ା ହେବାର ସମ୍ଭାବନା ରହିଛି। ତେବେ ଶ୍ରୀ ରାୟଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ରାୟ ବିଜେଡିରେ ସାମିଲ ହେବା କଥା ସତ, କିନ୍ତୁ କେବେ ହେବେ, ସେନେଇ ଦିନ ଧାର୍ଯ୍ୟ ହୋଇନି।

ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କଂଗ୍ରେସର ପରାଜିତ ରାଜ୍ୟସଭା ପ୍ରାର୍ଥୀ ତାରାରଞ୍ଜନ ପଟ୍ଟନାୟକ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଆଜିର ଏହି ସ୍ୱଳ୍ପ ଅବଧିର ସାକ୍ଷାତକାର ପରେ ସେ ଖୁବଶୀଘ୍ର ବିଜେଡିରେ ସାମିଲ ହୋଇ ଭୁବନେଶ୍ୱର ସେଣ୍ଟ୍ରାଲ କିମ୍ବା ଭୁବନେଶ୍ୱର-ଉତ୍ତରରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାରାଙ୍କୁ ବିଜେଡିରେ ସାମିଲ କରିବା ପଛରେ ତାଙ୍କ ଭାଇ ତଥା ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଚର୍ଚ୍ଚା।



from Odisha Reporter https://ift.tt/2ENpFXd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages