ପୁଅ ବାହାଘରରେ ୫୦ ହଜାର ପୁଲିସ୍‌ଙ୍କୁ ନିମନ୍ତ୍ରଣ କଲେ ଅମ୍ୱାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ପୁଅ ବାହାଘରରେ ୫୦ ହଜାର ପୁଲିସ୍‌ଙ୍କୁ ନିମନ୍ତ୍ରଣ କଲେ ଅମ୍ୱାନୀ

ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀଙ୍କର ବାହାଘର ହୀରା ବ୍ୟବସାୟୀ ରସଲ୍‌ ମେହଟ୍ଟାଙ୍କ ଝିଅ ଶ୍ଲୋକାଙ୍କ ସହିତ ହେବାକୁ ଯାଉଛି। ଏହି ଖୁସିରେ ମୁକେଶ ଅମ୍ୱାନୀ ମୁମ୍ୱାଇରେ କାର୍ଯ୍ୟ କରୁଥିବା ୫୦ ହଜାର ପୁଲିସ୍‌ କର୍ମୀଙ୍କୁ ମିଠା ପ୍ୟାକେଟ୍‌ ପଠାଇଛନ୍ତି।

ରିଲାଏନ୍ପସ ପକ୍ଷରୁ ମୁମ୍ୱାଇରେ ଥିବା ସମସ୍ତ ପୁଲିସ୍‌ ଷ୍ଟେସନ୍‌କୁ ମିଠା ପ୍ୟାକେଟ୍‌ ପଠା ଯାଇଛି।  ସେତିକି ନୁହେଁ, ମିଠା ପ୍ୟାକେଟ୍‌ରେ ସମସ୍ତଙ୍କୁ  ଅମ୍ୱାନୀ ପରିବାର ପକ୍ଷରୁ ନିମନ୍ତ୍ରଣ କାର୍ଡ ମଧ୍ୟ ଦିଆଯାଇଛି।

ମୁକେଶ ଅମ୍ୱାନୀଙ୍କ ପୁଅର ବାହାଘର ଆସନ୍ତା ମାର୍ଚ୍ଚ ୯ରେ ହେବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପୁଲିସ୍‌ କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଛି।
ବୁଧବାର ଅମ୍ୱାନୀ ପରିବାର ପକ୍ଷରୁ ଜିଓ ୱାର୍ଲଡ୍‌ ସେଣ୍ଟର୍‌ରେ ଅନ୍ନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅମ୍ୱାନୀ ପରିବାର ଓ ମେହଟ୍ଟା ପରିବାର ଛୋଟ ଛୁଆଙ୍କୁ ଖାଇବାକୁ ଦେଇଥିଲେ। ଏହା ସହିତ ରିଲାଏଲ୍ସ ପକ୍ଷରୁ ଧୀରୁଭାଇ ଅମ୍ୱାନୀ ସ୍କୋୟାର୍‌ର ଉଦ୍‌ଘାଟନ କରାଯାଇଥିଲା।

ଶନିବାର ଅମ୍ୱାନୀ ପରିବାରର ବିବାହ କାର୍ଯ୍ୟକ୍ରମରେ ବଲିଉଡ୍‌ ସେଲିବ୍ରିଟି ଶାହରୁଖ୍‌ ଖାନ୍‌, ଆମିର୍‌ ଖାନ୍‌, ଆଲିଆ ଭଟ୍ଟ, ରଣବୀର୍‌ କପୁର୍‌, କରିସ୍ମା କପୁର୍‌, ଅର୍ଜୁନ୍‌ କପୁର୍‌, ମଲାଇକା ଅରୋରା, ବିଦ୍ୟା ବାଲାନ୍‌ ଇତ୍ୟାଦି ଯୋଗ ଦେବେ।

 



from Odisha Reporter https://ift.tt/2TpGq4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages