ଲଭ୍‌, ସେକ୍ସ, ମର୍ଡର; ସନ୍ଦେହରୁ କଲେଜ ପଢ଼ୁଆ ପ୍ରେମିକର ଜଘନ୍ୟକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଲଭ୍‌, ସେକ୍ସ, ମର୍ଡର; ସନ୍ଦେହରୁ କଲେଜ ପଢ଼ୁଆ ପ୍ରେମିକର ଜଘନ୍ୟକାଣ୍ଡ

murderer

ବାଲିଗୁଡ଼ା (ଅଜିତ ନାୟକ): ମାର୍ଚ୍ଚ ୧୭ ତାରିଖରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚୟତର କତେଡ଼ିକିଆ ଗାଁରେ ଏକ ପାଣି ଟାଙ୍କିରୁ ଜଣେ ଅଜଣା ନାବାଳିକାଙ୍କ ଗଳିତ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ୍ କରିଛି ପୁଲିସ୍। ଏ ଘଟଣାରେ ପୁଲିସ୍ ଉକ୍ତ ନାବାଳିକାଙ୍କ କଲେଜ ପଢ଼ୁଆ ପ୍ରେମିକକୁ ଗିରଫ କରିଛି। ତା’ ନାଁ ସୁମନ୍ତ ଦିଗାଳ। ସେ ରାଇକିଆ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର। ତା’ ଗାଁ ସେହି କତେଡିକିଆ ଗାଁରେ।

ସନ୍ଦେହରୁ ହତ୍ୟା!
ମୃତ ନାବାଳିକାଙ୍କ ଘର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ। ସେ ପାଠ ପଢ଼ୁ ନଥିଲେ। ତାଙ୍କ ସହିତ ସୁମନ୍ତର ପ୍ରେମ ସଂପର୍କ ଥିଲା। ବାହା ହେବାର ପ୍ରତିଶ୍ରୁତି ଦେଇ ସୁମନ୍ତ ତାଙ୍କ ସହିତ ଏକାଧିକ ଥର ଶାରୀରିକ ସଂପର୍କ ରଖିଥିଲା। ଏମିତିକି ଝିଅଟି ଗର୍ଭବତୀ ହୋଇଥିଲା। ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳିକା ତିନି ମାସର ଗର୍ଭବତୀ ଥିଲେ। ତେବେ ସୁମନ୍ତ ତାଙ୍କୁ ବାହା ହେବା ପାଇଁ ରାଜି ନଥିଲା। ୟା ଭିତରେ ସେ ତା’ ସାଙ୍ଗସାଥୀଙ୍କଠାରୁ ଖବର ପାଇଲା ଯେ ତା’ ପ୍ରେମିକାର ଆଉ ଜଣେ ଯୁବକ ସହିତ ବି ସଂପର୍କ ରହିଛି। ତେଣୁ ନାବାଳିକାଙ୍କ ଉପରେ ତା’ର ସନ୍ଦେହ ବଢ଼ିଥିଲା। ଏହା ପରେ ସେ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଷଡ଼ଯନ୍ତ୍ର ରଚିଥିଲା।

କେମିତି ମାରିଲା?
ଯୋଜନା ମୁତାବକ ମାର୍ଚ୍ଚ ୧୧ ତାରିଖରେ ସୁମନ୍ତ ତା’ ନାବାଳିକା ପ୍ରେମିକାଙ୍କୁ କତେଡ଼ିକିଆ ଗାଁକୁ ଡକାଇଥିଲା। ଦିନ ତମାମ ଦୁହେଁ ବୁଲାବୁଲି କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ସୁମନ୍ତ ତାଙ୍କୁ ଗାଁ ପାଣିଟାଙ୍କି ନିକଟକୁ ନେଇ ଯାଇଥିଲା। ସେଠାରେ ସେ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା। ଏହା ପରେ ସେ ନାବାଳିକାଙ୍କୁ ସେଠାରେ ଛାଡ଼ି ତା’ ଘରକୁ ଖାଦ୍ୟ ଆଣିବାକୁ ଯାଇଥିଲା। ଘରେ ନିଜେ ଖାଇବା ପରେ ନାବାଳିକାଙ୍କ ପାଇଁ ଖାଇବା ନେଇ ଆସିଥିଲା। ବାଟରେ ଖାଇବାରେ ମୂଷାମରା ଔଷଧ ମିଶାଇ ଦେଇଥିଲା। ଉକ୍ତ ଖାଦ୍ୟକୁ ଖାଇବା ପରେ ନାବାଳିକାଙ୍କ ମୁଣ୍ଡ ବୁଲାଇଥିଲା ଓ ସେ ଅଚେତ ହୋଇଯାଇଥିଲେ। ଏହାପରେ ସୁମନ୍ତ ଏକ ପ୍ଲାଷ୍ଟିକ୍ ରଶି ସାହାଯ୍ୟରେ ତାଙ୍କ ତଣ୍ଟିକୁ ଚିପି ମାରି ଦେଇଥିଲା। ଯୋଜନା ଅନୁଯାୟୀ, ସୁମନ୍ତ ପୂର୍ବରୁ ଏକ ବାଲିବସ୍ତା ଆଣି ସେହି ପାଣିଟାଙ୍କି ତଳେ ରଖିଥିଲା। ସେହି ବାଲିବସ୍ତା ସହ ନାବାଳିକାଙ୍କ ମୃତଦେହକୁ ବାନ୍ଧି ପାଣି ଟାଙ୍କିର ଘୋଡ଼ଣୀ ଖୋଲି ତା’ ଭିତରେ ଫୋପାଡ଼ି ଦେଇ ଘରକୁ ଚାଲିଯାଇଥିଲା।

ପମ୍ପହାଉସ୍ କର୍ମଚାରୀ ଠାବ କରିଥିଲେ ମୃତଦେହ

ମାର୍ଚ୍ଚ ୧୬ ତାରିଖରେ ପମ୍ପ୍ ହାଉସ୍ କର୍ମଚାରୀ ଗଙ୍ଗାରାମ ପ୍ରଧାନ ପାଣି ଟାଙ୍କିର ତଦାରଖ କରିବାକୁ ଯାଇଥିବା ବେଳେ ମୃତଦେହଟି ଭାସୁଥିବାର ଦେଖିଥିଲେ। ଏହା ପରେ ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ରାଇକିଆ ପୁଲିସ୍ ତା’ ପରଦିନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମୃତଦେହଟିକୁ ବାହାର କରିଥିଲା। ମୃତଦେହଟିକୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତଦେହର ବେକରେ ଓ ଅଣ୍ଟାରେ ପ୍ଲାଷ୍ଟିକ୍ ରଶି ବନ୍ଧା ଯାଇଥିଲା। ତେଣୁ ତାଙ୍କୁ ହତ୍ୟା କରି ପାଣିଟାଙ୍କିରେ ପକାଇ ଦିଆଯାଇଥିବା ପୁଲିସ୍‌ର ସନ୍ଦେହ ହୋଇଥିଲା।

ଦୋଷ ସ୍ୱୀକାର କଲା ସମୁନ୍ତ
ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି, ନାବାଳିକାଙ୍କ ମୃତଦେହ ଚିହ୍ନଟ ହେବା ପରେ ତଦନ୍ତ ପରିସରକୁ ଆସିଥିଲା ସୁମନ୍ତ। ନାବାଳିକାଙ୍କର ତାଙ୍କ ସହିତ ପ୍ରେମ ସଂପର୍କ ଥିବା ଜଣାପଡ଼ିଥିଲା। ଗତ ଶିବରାତ୍ରୀ ଠାରୁ ସୁମନ୍ତ ସହିତ ସେ ବୁଲୁଥିବା ଅନେକ ଲୋକ ଦେଖିଥିଲେ। ତା’ପରେ ସୁମନ୍ତକୁ ଆଣି ପଚରାଉଚରା କରାଯାଇଥିଲା। ପ୍ରଥମେ ସେ ମାନି ନଥିଲା। କିନ୍ତୁ ସବୁ ପ୍ରମାଣ ତା’ ବିରୋଧରେ ଯିବାରୁ ଶେଷରେ ସେ ତା’ ଦୋଷ ସ୍ୱୀକାର କଲା। ଏପରିକି ମୃତଦେହଟିକୁ ଠାବ କରାଯିବା ପରେ ସେ ତାକୁ ସେଠାରୁ ହଟାଇବା ପାଇଁ ଉଦ୍ୟମ କରିଥିଲା। ସେ ନାବାଳିକାଙ୍କ ସମସ୍ତ ପିନ୍ଧା ପୋଷାକ ଓ ପର୍ସକୁ ଲୁଚାଇ ରଖିଥିଲା। ପୁଲିସ୍ ସେଗୁଡ଼ିକୁ ଜବତ କରିଛି।



from Odisha Reporter https://ift.tt/2OdWmRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages