ଆସ ପଖାଳ କଂସା, ମୋର ଜୀବନ ଧନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଆସ ପଖାଳ କଂସା, ମୋର ଜୀବନ ଧନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଖରା ଦିନ ଆସିଗଲେ ଓଡ଼ିଆ ଘରେ ଖୋଜା ପଡ଼େ ପଖାଳ। ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ। ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଅର୍ଥାତ ବର୍ଷର ଆଜି ଦିନଟିକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।

ପୂର୍ବରୁ ପଖାଳକୁ ଗରିବର ଖାଦ୍ୟ ବୋଲି କୁହାଯାଉଥିଲା। ହେଲେ ଏବେ ଏହି ପରିଚୟ ବଦଳି ଯାଇଛି। ଆଜିକାଲିର ଚାକଚକ୍ୟ ଭରା ଦୁନିଆରେ ମଧ୍ୟ ପଖାଳ ତା’ର ଅସ୍ତିତ୍ୱ ହରାଇ ନାହିଁ। ଏବେ ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲରେ ମଧ୍ୟ ପଖାଳର ଚାହିଦା ଢେର ଅଧିକ।

ପଖାଳୁ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍‌ରେ କେବେବି ମିଳିବ ନାହିଁ। ସବୁ ଦୃଷ୍ଟିରୁ ପଖାଳ ମଧ୍ୟ ଦେହ ପାଇଁ ସ୍ୱାସ୍ଥ୍ୟପ୍ରଦ। ପାଶ୍ଚାତ୍ୟମୁଖୀ ହୋଇ ଓଡ଼ିଆମାନେ ନିଜ ସଂସ୍କୃତି, ପରମ୍ପରା ଓ ଖାଦ୍ୟକୁ ଭୁଲି ଯାଇଥିବା ବେଳେ ପଖାଳକୁ କିନ୍ତୁ ଭୁଲି ପାରି ନାହାନ୍ତି।

ପଖାଳ ଆଜି ମଧ୍ୟ ନିଜ ଗାରିମା ବଜାୟ ରଖିଛି। ଓଡ଼ିଶା ପରି ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ରେ ମଧ୍ୟ ଏହାର ବେଶ୍‌ ଚାହିଦା ରହିଛି। ଆମ ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମଧ୍ୟ ଏହା ‘ଟଙ୍କତୋରାଣି’ ରୂପେ ଭୋଗ ଲାଗି ହୋଇଥାଏ। ଏହାବ୍ୟତୀତ ବିଭିନ୍ନ ଦେବଦେବୀଙ୍କ ପାଖରେ ମଧ୍ୟ ବିଭିନ୍ନ ସମୟରେ ପଖାଳ ଭୋଗ ହୋଇଥାଏ।

ଖରା ଦିନେ ଓଡ଼ିଶାର ଘରେ ଘରେ ପଖାଳ କଂସାର ଆସର ଦେଖିବାକୁ ମିଳେ। ଗରିବଙ୍କଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଭଲ ପାଆନ୍ତି। ଉଦୁଉଦିଆ ଖରାବେଳେ ପଖାଳ କଂସାଏ ଖାଇ, ତୋରାଣି ମୁନ୍ଦେ ପିଇଦେଲେ ଏହା ଅମୃତ ପରି ଲାଗିଥାଏ। ପଖାଳର ଚାହିଦାକୁ ଦେଖି ଆଜିକାଲି ଛୋଟରୁ ବଡ଼ ଅଧିକାଂଶ ହୋଟେଲ, ଏମିତିକି ତାରକା ହୋଟେଲରେ ମଧ୍ୟ ବିଭିନ୍ନ ପ୍ରକାର ପଖାଳର ସମ୍ଭାର ଦେଖିବାକୁ ମିଳୁଛି।



from Odisha Reporter https://ift.tt/2CoCYwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages