ମୋଦି ହାୱାକୁ ନେଇ ଉତ୍ସାହିତ ଗୋବିନ୍ଦ, କଂଗ୍ରେସରୁ ଲଢ଼ିବେ ତୁଷାରକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ମୋଦି ହାୱାକୁ ନେଇ ଉତ୍ସାହିତ ଗୋବିନ୍ଦ, କଂଗ୍ରେସରୁ ଲଢ଼ିବେ ତୁଷାରକାନ୍ତ

ରେମୁଣା (ରଶ୍ମୀ ରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରେ ନୂଆ କରି ଗଠନ ହୋଇଥିଲା। ପୂର୍ବରୁ ରେମୁଣା ନୀଳଗିରି ନିର୍ବାଚନ ମଣ୍ଡଳୀ ସହ ମିଶିକରି ରହିଥିଲା । ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି।

ଜିଲ୍ଲାର ଏକ ବିକଶିତ ବ୍ଲକ ଭାବେ ରେମୁଣା ଜଣାଶୁଣା। କ୍ଷୀରଚୋରା ଗୋପୀନାଥ ମନ୍ଦିର ପାଇଁ ରେମୁଣା ଓଡ଼ିଶା କାହିଁକି ରାଜ୍ୟ ବହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ୮୦ ଦଶକରେ ଇମାମୀ ପେପର ମିଲ୍, ଇସ୍ପାତ ଆଲୋଏଜ ଏବଂ ୯୦ ଦଶକରେ ବିରଳା ଟାୟର୍ସ ମଧ୍ୟମ ଶିଳ୍ପ ଏହି ଅଞ୍ଚଳକୁ ଆହୁରି ସମୃଦ୍ଧ କରିଥିଲା। ଏହା ବ୍ୟତୀତ ଇଣ୍ଡିଆନ୍ ଅଏଲ୍ , ସେଓ୍ୱର୍ ଟେକ୍‌ନୋଲଜି ପାର୍କ ଅଫ ଇଣ୍ଡିଆ ଏବଂ ଅନ୍ୟାନ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ରେମୁଣା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛି। ଏଠାରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟ, ଭାରତ ସରକାରଙ୍କ ସିପେଟ୍ ପରି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗଢି ଉଠିଛି । କିନ୍ତୁ ଲୋକଙ୍କ ଜୀବନ ଜୀବିକାକୁ ଲକ୍ଷ୍ୟ କଲେ ଜଣାପଡେ ଏଠାରେ ସେଭଳି ବିଶେଷ କିଛି ପରିବର୍ତ୍ତନ ହୋଇନି। ଅଧିକାଂଶ ଲୋକଙ୍କ ଜୀବନ ଜୀବିକା କହିଲେ କେବଳ ଚାଷ । କିଛି ଲୋକ ଏହିସବୁ ଶିଳ୍ପାନୁଷ୍ଠାନରେ ଚାକିରୀ କରି ନିଜର ପରିବାର ଚଳାନ୍ତି।

ବଦଳୁନି ସ୍ଥିତି, ସୁଧୁରୁନି ସମସ୍ୟା
ଏହି ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ଚାଷୀଙ୍କ ସମସ୍ୟା ହେଉଛି ବନ୍ୟା । ପ୍ରତି ଥର ବୁଢାବଳଙ୍ଗ, ଗଙ୍ଗାହାର ଓ ସ୍ୱନ ନଦୀରେ ବନ୍ୟା ଯୋଗୁ ରେମୁଣା ଅଞ୍ଚଳର ଚାଷୀ ନିଜର କଷ୍ଟସାଧ୍ୟ ପନିପରିବା ଚାଷ ଓ ଧାନ ଫସଲ ହରାଇଥାନ୍ତି। ବେକାରୀ ଏହି ନିର୍ବାଚନ ମଣ୍ଡଳୀର ଆଉ ଏକ ବଡ ସମସ୍ୟା। ବଡ ବଡ ଶିଳ୍ପ ଥିବା ସତ୍ତ୍ୱେ ବେକାରୀ ଦୂର ହୋଇପାରିନି। ସେହିଭଳି ରେମୁଣାର ପାରମ୍ପରିକ କଂସା ବାସନ ଶିଳ୍ପ ପ୍ରୋତ୍ସାହନ ଅଭାବରୁ ରୁଗ୍‌ଣ ଅବସ୍ଥାରେ। ବନ୍ୟା, ବେକାରୀ ଓ ରେମୁଣା ବଜାରର ଅଣ ଓସାରିଆ ରାସ୍ତା ସମସ୍ୟା ଗତ ନିର୍ବାଚନବେଳେ ମୁଖ୍ୟ ପ୍ରସଙ୍ଗ ହୋଇଥିଲା ଆଜି ବି ତାହା ପୂରଣ ହୋଇପାରିନି। ଏଥର ମଧ୍ୟ ସେହି ସମାନ ପ୍ରସଙ୍ଗ।

ରାଜନୈତିକ ସ୍ଥିତି
ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଏହି ନିର୍ବାଚନ ମଣ୍ଡଳୀରେ ପ୍ରଥମ ବିଧାୟକ ହୋଇଥିଲେ ବିଜେଡିର ସୁଦର୍ଶନ ଦାସ। ୨୦୧୪ ମସିହାରେ ରେମୁଣା ବିଧାନ ସଭା ଆସନରୁ ବିଜେପିର ଗୋବିନ୍ଦ ଦାସ ଜିତିଥିଲେ। ସଂଘ ପରିବାର ସହିତ ଜଡ଼ିତ ଗୋବିନ୍ଦ ଦାସ ୨୦୦୯ରେ ବିଜେପି ଟିକେଟରୁ ବଞ୍ଚିତ ହେବାପରେ ସ୍ୱାଧୀନ ଭାବେ ଲଢି ଦ୍ୱିତୀୟ ସ୍ଥାନରେ ଥିଲେ। ୨୦୧୪ରେ ବିଜେପି ଟିକେଟରେ ଲଢି ବିଜେଡିର ସୁଦର୍ଶନ ଦାସକୁ ପରାସ୍ତ କରିଥିଲେ। ରେମୁଣାର ଭୋଟର ଭାବିଥିଲେ ନୀଳଗିରି ନିର୍ବାଚନ ମଣ୍ଡଳୀରୁ ଅଲଗା ହେବାପରେ ଏହି ନିର୍ବାଚନୀ ମଣ୍ଡଳୀର ବ୍ୟାପକ ବିକାଶ ହେବ। ତେଣୁ ୨୦୦୯ ସାଧାରଣ ନିର୍ବାଚନରେ ଜିତାଇଥିବା ବିଜେଡି ପ୍ରାର୍ଥୀ ସୁଦର୍ଶନଙ୍କୁ ୨୦୧୪ ନିର୍ବାଚନରେ ଭୋଟର ପ୍ରତ୍ୟାଖାନ କରି ବିଜେପିର ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ଜିତାଇଥିଲେ। ହେଲେ ଭୋଟରଙ୍କର ଅନେକ ଆଶା ଆଜି ବି ପୂରଣ ହୋଇପାରି ନ ଥିବାପରି ମନେ ହୁଏ।
ଯାହା ବି ହେଉ, ରେମୁଣା ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖୀ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ।

ବିଜେଡି:୪ର୍ଥ ପର୍ଯ୍ୟାୟରେ ମତଦାନ ହେବକୁ ଥିବା ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର କାହାକୁ ଟିକଟ୍ ଦେବ ଏ ଯାଏ ସ୍ପଷ୍ଟ ଜଣାପଡ଼ିନି। ୨୦୦୯ ନିର୍ବାଚନରେ ବିଜେଡି ଟିକଟରେ ଜିତିଥିବା ସୁଦର୍ଶନ ଦାସ ଟିକଟ ପାଇବାକୁ ଦାବିଦାର ବୋଲି କହି ଲୋକଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ବିଜେଡିରୁ ଅନ୍ୟ ଦୁଇଜଣ ଶିକ୍ଷିତ ଯୁବକ ପ୍ରାର୍ଥୀ ହେବାପାଇଁ ଲବି ଆରମ୍ଭ କରି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଧାଂଶୁ ଶେଖର ପରିଡ଼ା। ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଭୋଟରଙ୍କ ନିକଟତର ହେବାପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ସେହିଭଳି ଆଇ.ଆଇ.ଟି.ରୁ ପାସ୍‌ କରିଥିବା ଯୁବ ନେତା ଦୀପକ ମଲ୍ଲିକ କିଛିଦିନ ତଳେ ବିଜେପି ଛାଡି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଟିକେଟ୍ ହାତେଇବା ପାଇଁ ଲବି ଆରମ୍ଭ କରିଦେଇଛନ୍ତି। ସେହିଭଳି ବିଜେଡିର ଆଉ ଜଣେ ପ୍ରାର୍ଥୀ ପ୍ରଫେସର ଶତୃଘ୍ନ ମଲ୍ଲିକ ମଧ୍ୟ ଟିକେଟ୍ ଦୌଡରେ ସାମିଲ ହୋଇଛନ୍ତି।

ବିଜେପି: ଏହି ଆସନ ପାଇଁ ବିଜେପି ପ୍ରଥମେ ତାର ପ୍ରାର୍ଥୀ ଘୋଷଣା କରିଛି। ୨୦୧୪ରେ ବିଧାୟକ ଥିବା ଗୋବିନ୍ଦ ଦାସଙ୍କୁ ପୁଣି ଏଠାରୁ ପ୍ରାର୍ଥୀ କରିଛି। ୨୦୧୪ରେ ବହୁ ଭୋଟରେ କଂଗ୍ରେସଠାରୁ ଆଗରେ ଥିବା ଗୋବିନ୍ଦ ଦାସ ଏଥର ମଧ୍ୟ ଜିତିବା ପାଇଁ ଆଶା ରଖିଛନ୍ତି।

କଂଗ୍ରେସ: ରେମୁଣାରେ କଂଗ୍ରେସର ସ୍ଥିତି ସେତେ ଭଲ ନାହିଁ। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଖାତା ଖୋଲି ପାରିନାହିଁ। କାରଣ କଂଗ୍ରେସ ସେଭଳି ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବାରେ ସଫଳ ହୋଇପାରନି। ତଥାପି ଏଥର ନିର୍ବାଚନରେ କଂଗ୍ରେସ ଟିକଟରେ ଲଢିବା ପାଇଁ ବହୁ ଆଶାୟୀ ଥିଲେ। ହେଲେ ଦଳ ଟିକଟ ଦେଇଛି ତୁଷାରକାନ୍ତ ତାପସଙ୍କୁ। ଫଳରେ ୨୦୦୯ ବିଧାନ ସଭା ନିର୍ବାଚନରେ ପରାଜିତ ହୋଇଥିବା ତରୁଣ ଦାସ ଏଥର ଟିକଟ ଆଶାରେ ଥିବାବେଳେ ତାଙ୍କୁ ହତାଶ ହେବାକୁ ପଡ଼ିଛି।

ତେବେ ତିନି ପ୍ରମୁଖ ରାଜନୈତିକ ଦଳରୁ ଆଶୟୀଙ୍କ ଲମ୍ବା ତାଲିକାରେ ବିଜେଡି ଆଗରେ ଥିବା ବେଳେ ଜିଲ୍ଲାର କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀ ରେମୁଣାରେ ବିଜେଡି ୨୦୧୪ରେ ପରସ୍ତ ହୋଇଥିଲା। ତେଣୁ ଏଥର ରେମୁଣା ଆସନକୁ ହାତଛଡ଼ା ନ କରିବାପାଇଁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ।



from Odisha Reporter https://ift.tt/2CBgtov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages